ସିସୋଦିଆଙ୍କ ସ୍ଥାନରେ ସୌରଭ, ଆତିଶିଙ୍କୁ ମିଳିପାରେ ମନ୍ତ୍ରୀ ଦାୟିତ୍ବ

ନୂଆଦିଲ୍ଲୀ: ସୌରଭ ଭରଦ୍ବାଜ ଓ ଆତିଶି ହେବେ ଦିଲ୍ଲୀର ନୂଆ ମନ୍ତ୍ରୀ । ଏହି ଦୁଇ ଜଣଙ୍କ ନାମକୁ ଏଲଜି ଭି.କେ. ସକ୍ସେନାଙ୍କ ନିକଟରେ ସୁପାରିଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ବଦଳରେ କାହାକୁ ମନ୍ତ୍ରୀ କରାଯିବା ନେଇ ଚାଲିଥିଲା କଳ୍ପନାଜଳ୍ପନା । ଆଇନ ଅର୍ଥ କାରବାର ମାମଲାରେ ସତ୍ୟେନ୍ଦ୍ର ଜୈନ ଓ ମଦ ନୀତି ମାମଲାରେ ମନୀଷ ସିସୋଦିଆଙ୍କ ଇସ୍ତଫା ପରେ ୧୯ଟି ବିଭାଗର ପରିଚାଳନା ନେଇ ସଙ୍କଟ ସୃଷ୍ଟି ହୋଇଥିଲା ।

ସତ୍ୟେନ୍ଦ୍ର ଜୈନ ସ୍ବାସ୍ଥ୍ୟମନ୍ତ୍ରୀ ଥିବାବେଳେ ଶିକ୍ଷା ସମେତ ୧୮ଟି ବିଭାଗର ଦାୟିତ୍ବରେ ଥିଲେ ସିସୋଦିଆ । ଦିଲ୍ଲୀ ସରକାରଙ୍କ ନମ୍ବର ୨ ମନ୍ତ୍ରୀ ସିସୋଦିଆ ଗିରଫ ହେବା ପରେ ବହୁ ବିଭାଗର ପରିଚାଳନାରେ ସମସ୍ୟା ସୃଷ୍ଟି ହୋଇଥିଲା । ଦିଲ୍ଲୀରେ ସରକାରୀ ସ୍କୁଲଗୁଡିକରେ ବୈପ୍ଳବିକ ପରିବର୍ତ୍ତନ ଆଣି ବେଶ୍ ଚର୍ଚ୍ଚାରେ ଥିଲେ ସିସୋଦିଆ । ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ୧୦ ପ୍ରତିଶତ ଅର୍ଥାତ ସର୍ବାଧିକ ୭ଟି ମନ୍ତ୍ରୀ ପଦ ରହିପାରିବ ।

ବର୍ତ୍ତମାନ ଆପ୍‌ ସରକାରରେ ଗୋପାଳ ରୟ, ଇମ୍ରାନ ହୁସେନ, ରାଜ କୁମାର ଆନନ୍ଦ ଓ କୈଳାସ ଗେହଲଟ ମନ୍ତ୍ରୀ ଅଛନ୍ତି ।