ଦଳିତ ପରିବାରଙ୍କ ଉପରେ ଅତ୍ୟାଚାର କରି ଗିରଫ ହେଲେ ସରପଞ୍ଚ ଓ ତାଙ୍କ ସ୍ୱାମୀ

ବଲାଙ୍ଗିର : ମହଙ୍ଗା ପଡ଼ିଲା ସରପଞ୍ଚଙ୍କ ଦାଦାଗିରି । ଦଳିତ ପରିବାରଙ୍କ ଉପରେ ଅତ୍ୟାଚାର ପରେ ଏବେ ଗିରଫ ହେଲେ ସରପଞ୍ଚ ।  ବଲାଙ୍ଗିର ଜିଲ୍ଲା ସାଲେଭଟା ଗାଁରେ ଦଳିତ ଘର ଭଙ୍ଗା ଘଟଣାରେ ସରପଞ୍ଚ ଓ ସ୍ୱାମୀ ଗିରଫ । ସାଲେଭଟା ସରପଞ୍ଚ ହେମକାନ୍ତି ମୁଣ୍ଡା ଓ ତାଙ୍କ ସ୍ୱାମୀ ମୋହନ ମୁଣ୍ଡାକୁ ଗିରଫ କରିଛି ଲୋଇସିଂହା ପୋଲିସ  ।

ତେବେ ଘଟଣାଟି ସାମ୍ନାକୁ ଆସିବା ପରେ ପ୍ରଥମେ ପୋଲିସ ଘଟଣା ପ୍ରାଥମିକ ତଦନ୍ତ କରିଥିଲା  । ଏବଂ ପରେ ଉଭୟଙ୍କ ମେଡିକାଲ ଟେଷ୍ଟ ପରେ ସେମାନଙ୍କୁ ବଲାଙ୍ଗୀର ଏସପି ଅଫିସରେ ପଚରାଉଚୁରା କରାଯାଇଥିଲା । ସେମାନଙ୍କଠାରୁ ମିଳିଥିବା ତଥ୍ୟ ଅନୁଜାୟୀ ଦୁହିଁଙ୍କୁ ରାତି ପ୍ରାୟ ସାଢ଼େ ଦଶଟାରେ ଉଭୟଙ୍କୁ ବଲାଙ୍ଗୀର ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଛି ।

ଆପଣଙ୍କୁ କହି ରଖୁଛୁ ଯେ, ଗାଁର କିଛି ଦଳିତ ଓ ଆଦିବାସୀ ପରିବାରର ଘରଗୁଡିକୁ ଜେସିବି ମେସିନ ଲଗାଇ ସ୍ଥାନୀୟ ସରପଞ୍ଚ ହେମକାନ୍ତି ମୁଣ୍ଡା ନିର୍ଦେଶରେ ଭାଙ୍ଗି ଦେଇଥିଲେ । ଘଟଣାକୁ ନେଇ ଦଳିତ ଓ ଆଦିବାସୀ ପରିବାର ଥାନାର ଦ୍ୱାରସ୍ଥ ହୋଇଥିଲେ । କ୍ଷତିଗ୍ରସ୍ତ ପରିବାରଙ୍କୁ କ୍ଷତି ପୂରଣ ଦେବା ପାଇଁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଦାବି ହୋଇଛି ।

Leave a Reply