ଲୌହପୁରଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ

ଆଜି ଲୌହପୁରଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଏହା ସହିତ ଏହି ଦୁଇ ଦିନିଆ ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ଲୌହପୁରଷଙ୍କ ଉଦ୍ଦେଶ୍ୟରେ ୧୭ଟି ପ୍ରକଳ୍ପର ଉଦଘାଟନ କରିବା ସହିତ ୪ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଆଜି ଷ୍ଟାଚ୍ୟୁ ଅଫ ୟୁନିଟିର ୱେବସାଇଟକୁ ଉନ୍ମୋଚନ କରିବା ସହିତ ୟୁନିଟି ଗ୍ଲୋ ଗାର୍ଡେନଠାରେ କେୱଡିଆ ମୋବାଇଲ ଆପ୍‌ର ଉନ୍ମୋଚନ କରିଛନ୍ତି ମୋଦି ।

ଏଥିସହିତ ରାଷ୍ଟ୍ରୀୟ ଏକତା ଦିବସର ଏକତା ପରେଡ୍ ରେ ଯୋଗଦେଇ ଦେଶବାସୀଙ୍କୁ ସମ୍ବୋଧିତ କରି ଏକତା ମନ୍ତ୍ର ଦେଇଛନ୍ତି । ଏହାଛଡା ଆଜି ଡ୍ରିମ୍ ପ୍ରୋଜେକ୍ଟ ସିପ୍ଲେନକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବେ । ଏହି ସେବା ଅହମ୍ମଦାବାଦରୁ କେୱଡିଆ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ରହିବ । ଏଥିସହ ଆଜି ପ୍ରଥମ ଦିନରେ ମୋଦି କେୱଡିଆ ଠାରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ସିପ୍ଲେନରେ ଯାତ୍ରା କରିବେ ।

ଏହି ସେବା ସ୍ପାଇସ୍ ଜେଟର ସହଯୋଗୀ କମ୍ପାନୀ ସ୍ପାଇସ୍ ଶଟଲ ଦ୍ୱାରା ପରିଚାଳିତ ହେବ । ଆଜି ଏହି ପ୍ଲେନ୍ ପ୍ରତ୍ୟେକ ଦିନ ଅହମ୍ମଦାବାଦରୁ କେୱଡିଆ ଉଡ଼ାଣ ଭରିବ । ଏହି ସେବା ପାଇଁ ଅନଲାଇନରେ ଟିକେଟ୍ ବୁକିଂର ବ୍ୟବସ୍ଥା ହୋଇଥିବା ବେଳେ ଟିକେଟ୍ ମୂଲ୍ୟ ୧୫ଶହ ଟଙ୍କା ରହିଛି ।

Leave a Reply