OIPL ପାଖରେ ମିଛ କହିବାକୁ ସମୟ ଅଛି,କର୍ମଚାରୀଙ୍କ ଦୁଃଖ ଶୁଣିବାକୁ ନାହିଁ

ଖୋର୍ଦ୍ଧା: ୧୭ ଦିନ ହେଲା ସାରୁଅ ଷ୍ଟୁଡିଓ ଆଗରେ ଠିକା କର୍ମଚାରୀଙ୍କ ଧାରଣା ଚାଲିଛି । ୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏବେ ବି ଜଣେ ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି । ସାରୁଅରୁ ରାଜଭବନ ପର୍ଯ୍ୟନ୍ତ  ଆନ୍ଦୋଳନ ପହଂଚିଥିଲେ ମଧ୍ୟ ବିବାଦ ତୁଟିନାହିଁ । ଓଟିଭି କର୍ତ୍ତୃପକ୍ଷ ଧାରଣାସ୍ଥଳକୁ ଆସୁନାହାନ୍ତି କି ସରକାରଙ୍କ ଶ୍ରମ ବିଭାଗ ସହ ଆଲୋଚନା କରୁନାହାନ୍ତି । ଶ୍ରମ ବିଭାଗ ପକ୍ଷରୁ ନୋଟିସ ପାଇବା ପରେ ବି ଓଡିଶା ଇନ୍‌ଫ୍ରାଟେକ କର୍ତ୍ତୃପକ୍ଷ ସମୟ ଗଡାଇ ଚାଲିଛନ୍ତି। ସେପଟେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି କର୍ମଚାରୀ କହିଛନ୍ତି । ଆଗାମୀ ୧୮ ତାରିଖରେ ଶ୍ରମବିଭାଗ ଆଲୋଚନା ପାଇଁ ପୁଣି ନୋଟିସ କରିଛି । ସେପଟେ ସାରୁଅସ୍ଥିତ ଓଟିଭି ଷ୍ଟୁଡିଓ ମ୍ୟାନେଜର ଅନିରୁଦ୍ଧ ପଣ୍ଡାଙ୍କ ଜାମିନ ଆବେଦନର  ଶୁଣାଣି ଆଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ହେବ। ଗତ ୧୦ତାରିଖରେ ଅନିରୁଦ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ତେବେ ସେହିଦିନ ସଂଧ୍ୟାରେ ତାଙ୍କୁ ଜାମିନ ମିଳିଥିଲା । ଦୁଇଟି ମାମଲାରେ ସହଯୋଗ କରିନଥିବା ସହ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗରେ ତଥ୍ୟ ଓ ପ୍ରମାଣ ପାଇ ପୋଲିସ ତାଙ୍କୁ ଗିରଫ କରିଥିଲା। ତାଙ୍କୁ ୭ ଦିନ ପାଇଁ ଅନ୍ତରୀଣ କାଳୀନ ଜାମିନ ମିଳିଥିଲା। ଆଜି ଅନିରୁଦ୍ଧଙ୍କ ଜାମିନ ଆବେଦନର ଶୁଣାଣି ହେବ।

ଦଳ ଆଗ ଦିଅଁ ପଛ; ଲେଖାଶ୍ରୀଙ୍କ ବୟାନ ପରେ ତୁମ୍ୱିତୋଫାନ

 

Leave a Reply