ଢ଼େଙ୍କାନାଳର ଏହି ନିରୋଳା ଓ ମନ ମୁଗ୍ଧକର ସ୍ଥାନ, ସମୟ ବିତାଇବା ପାଇଁ ବର୍ଷ ତମାମ ଲାଗେ ପର୍ଯ୍ୟଟକଙ୍କ ଭିଡ଼

ଢ଼େଙ୍କାନାଳ: ବ୍ୟସ୍ତ ବହୁଳ ଜୀବନ ଭିତରେ ମଣିଷ ଟିକିଏ ଶାନ୍ତି ପାଇଁ ନିରୋଳା ସ୍ଥାନ ଖୋଜିଥାଏ । ଯଦି ନିରୋଳା ସ୍ଥାନ ମିଳିଯାଏ, ସେଠାରେ ସମସ୍ତ ଦୁଃଖ ଭୁଲି କିଛି ସମୟ ବିତାଇବାକୁ ଚାହିଁଥାଏ । ଆଉ ଯଦି ସେହି ସ୍ଥାନ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥାଏ, ତେବେ ପ୍ରକୃତି ପ୍ରେମୀଙ୍କୁ ମିଳିଯାଏ ନୈସର୍ଗିକ ସୁଖ । ଏମିତି ଏକ ସ୍ଥାନ ହେଉଛି ଢେଙ୍କାନାଳ ଜିଲ୍ଲାର ସାପୁଆ ଡ୍ୟାମ୍ ।

ପ୍ରାକୃତିକ ସୌନ୍ଦର୍ଯ୍ୟର ସୁସମା । ମାଳ ମାଳ ପାହାଡ଼ ସାଙ୍ଗକୁ ବିସ୍ତିର୍ଣ୍ଣ ଶାଳ ଜଙ୍ଗଲ, ତା’ ସାଙ୍ଗକୁ ଡ୍ୟାମର ଅଥୟ ଜଳରାଶି । ଆଉ ଏହାର ଆକର୍ଷଣ ପ୍ରକୃତି ପ୍ରେମୀଙ୍କୁ ଟାଣି ଆଣୁଛି ନିଜ ପାଖକୁ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକରେ ଅବସ୍ଥିତ ସାପୁଆ ଡ୍ୟାମ୍ । ସାପ ପରି ଦେଖାଯାଉଥିବା ଏହି ଡ୍ୟାମ ଜଳସେଚନ ପାଇଁ ଉଦ୍ଧିଷ୍ଟ ହୋଇଥିଲେ ବି, ଏବେ ଏହା ପାଲଟିଛି ପର୍ଯ୍ୟଟକଙ୍କ ଆକର୍ଷଣର ପେଣ୍ଠସ୍ଥଳୀ । ଡ୍ୟାମରେ ଗାଧୋଇବା ସହ ବଣଭୋଜି କରି ଏହାର ସୌନ୍ଦର୍ଯ୍ୟକୁ ବେଶ୍ ଉପଭୋଗ କରୁ ପର୍ଯ୍ୟଟକ ।

୧୯୯୨ ମସିହାରେ ଜଳସେଚନ ଉଦ୍ଦେଶ୍ୟରେ ତିଆରି ହୋଇଥିଲା ସାପୁଆ ଡ୍ୟାମ । ଦୁଇଟି ପାହାଡ଼କୁ ଯୋଡି଼ ଝରଣା ପାଣିକୁ କରାଯାଇଥିଲା ରିଜର୍ଭ । ହେଲେ ଏହାର ମନଲୋଭା ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକର୍ଷଣ କରିଥିଲେ । ଆଉ ଧିରେ ଧିରେ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିଲା ସାପୁଆ ଡ୍ୟାମ୍ । ତେବେ ବର୍ଷ ତମାମ ଏହି ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ ଜମୁଥିବା ବେଳେ ଆଲୋକୀକରଣର ବ୍ୟବସ୍ଥା ନଥିବାରୁ ରାତି ହେଲେ ଜଙ୍ଗଲୀ ଜନ୍ତୁଙ୍କ ରହୁଛି ଭୟ ।

Leave a Reply