୧୦ ହଜାରରୁ କମ ଟଙ୍କାରେ ଦମଦାର ବ୍ୟାଟେରୀ ସହ ଆସୁଛି Galaxy M02s, ଗୁରୁବାର ହେବ ଲଞ୍ଚ

1 min read

Galaxy M02s: ଭାରତରେ ନୂଆ ବଜେଟ ସ୍ମାର୍ଟଫୋନ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି Samsung । ସୂଚନା ମୁତାବକ କମ୍ପାନୀ ଜାନୁଆରୀ ୭ ତାରିଖ ଦିନ Galaxy M02s ଲଞ୍ଚ କରିବାକୁ ଯାଉଛି । ଏହି ସ୍ମାର୍ଟଫୋନକୁ କମ୍ପାନୀ ୧୦ ହଜାର ଟଙ୍କାର ସେଗମେଣ୍ଟରେ ପରିବେଶଣ କରିବାକୁ ଯାଉଛି । Samsungର ସୂଚନା ମୁତାବକ Galaxy M ସିରିଜ ପାୱାର ପ୍ୟାକ୍ଡ ଫିଚର ପାଇଁ ବେଶ ଜଣାଶୁଣା ଏବଂ Galaxy M02s ସହିତ ୧୦ ହଜାର ଟଙ୍କାର ସଗମେଣ୍ଟ ପ୍ରଥମ ଥର ପାଇଁ ଲଞ୍ଚ କରାଯାଉଛି ।

Samsung ର ସୂଚନା ଅନୁଯାୟୀ Galaxy M02s ରେ Qualcomm Snapdragon ଦିଆଯିବ ଏବଂ ଏହା ୪ ଜିବି ରାମ ସହ ଉପଲବ୍ଧ ହେବ । କମ୍ପାନୀ ଦାବି କରିଛି ଯେ, ଏହି ସ୍ମାର୍ଟଫୋନରେ ଗେମିଂ ଏବଂ Smooth Multi Tasking  ମଧ୍ୟ ଉପଲବ୍ଧ କରାଯିବ ।

Samsungର ସୂଚନା ମୁତାବକ Galaxy M02s, Samsung Galaxy Series ର ଭାରତର ପ୍ରଥମ ୪ ଜିବି ରାମ ଯୁକ୍ତ ସ୍ମାର୍ଟଫୋନ ହେବ ଯାହା ୧୦ ହଜାରରୁ ବି କମ ଦାମରେ ବିକ୍ରି କରାଯିବ । Galaxy M02S ରେ ୫,୦୦୦ mAh ର ବ୍ୟାଟେରୀ ଦିଆଯିବ । ଏହି ସ୍ମାର୍ଟଫୋନରେ ତିନୋଟି ରିୟାର କ୍ୟାମେରା ଉପଲବ୍ଧ କରାଯାଇପାରେ ।

Galaxy M02s ପାଇଁ କମ୍ପାନୀ ମାଇକ୍ରୋସାଇଟ ପ୍ରସ୍ତୁତ କରିସାରିଛି । ଏହି ସ୍ମାର୍ଟଫୋନରେ Water Drop Style Notch ଦିଆଯିବ ଏବଂ ଡିସପ୍ଲେରେ Bezels ପତଳା ରହିବ । ଏହି ସ୍ମାର୍ଟଫୋନର ଡିସପ୍ଲେ ୬.୫ ଇଞ୍ଚର ଏଚଡି ପ୍ଲସ ରହିବ ଏବଂ ଏଥିରେ Infinity V Display ବ୍ୟବହାର କରାଯିବ ।

ସୂଚନା ଅନୁଯାୟୀ Galaxy M02s କୁ ନେଇ କମ୍ପାନୀ ଭାରତରେ Xiaomi ଏବଂ Realmeର ବଜେଟ ଫୋନ ଗୁଡ଼ିକୁ କଡ଼ା ଟକ୍କର ଦେବ । ପୂର୍ବ କିଛି ସମୟ ହେବ ସାମସଙ୍ଗ ଭାରତରେ ମିଡ ରେଞ୍ଜ ଏବଂ ବଜଟ ସେଗମେଣ୍ଟରେ ଅନେକ ସ୍ମାର୍ଟଫୋନ ଲଞ୍ଚ କରିଛି । ଏବେ କମ୍ପାନୀ ବଜେଟ ସ୍ମାର୍ଟଫୋନର ରେସରେ ଆହୁରି ଦୃଢ଼ତାର ସହ ଏଣ୍ଟ୍ରି କରିବାକୁ ଯାଉଛି ।

Leave a Reply