ସାମସଙ୍ଗ ଲଞ୍ଚ କଲା ଶସ୍ତା 5G ସ୍ମାର୍ଟଫୋନ, ଜାଣନ୍ତୁ କ’ଣ ରହିଛି ଏହାର ମୂଲ୍ୟ…
1 min read
ନୂଆଦିଲ୍ଲୀ: ସରିଲା ଅପେକ୍ଷା, ସାମସଙ୍ଗ ଲଞ୍ଚ କଲା 5G ଫୋନ । ଶେଷରେ ସାମସଙ୍ଗ ତାର ଚର୍ଚ୍ଚିତ 5G ସ୍ମାର୍ଟଫୋନ୍ ଗାଲାକ୍ସି ଏ 42 5G ଲଞ୍ଚ କରିଦେଇଛି । ସାମସଙ୍ଗ ଗାଲାକ୍ସି A42 5Gକୁ ଖାସ କରି ସେହି ବଜାରଗୁଡିକ ପାଇଁ ପ୍ରସ୍ତୁତ କରାଯାଇଛି ଯେଉଁଠାରେ ସୁଲଭ ମୂଲ୍ୟରେ 5G ଫୋନ୍ ଆବଶ୍ୟକତା ରହିଛି । ଦକ୍ଷିଣ କୋରିଆ କମ୍ପାନୀର ସବୁ ପ୍ରିମିୟମ୍ ଫୋନ୍ ଗୁଡିକରେ ବର୍ତ୍ତମାନ 5G ସପୋର୍ଟ ମିଳୁଛି । ଗାଲାକ୍ସି A 42 5G ର ଫିଚର୍ କିଛି ଦିନ ପୂର୍ବରୁ ହିଁ କମ୍ପାନୀ ଦ୍ୱାରା ସାର୍ବଜନୀକ କରାଯାଇଥିଲା ।
ସାମସଙ୍ଗ ଗାଲାକ୍ସି A42 5G: ମୂଲ୍ୟ ଏବଂ ଉପଲବ୍ଧତା
ସାମସଙ୍ଗ ଗାଲାକ୍ସି ଏ 42 5G କୁ ୩୪୯ ଗ୍ରେଟବ୍ରିଟେନ ପାଉଣ୍ଡ (ପ୍ରାୟ ୩୩,୪୦୦ ଟଙ୍କା)ରେ ଲଞ୍ଚ କରାଯାଇଛି । ଏହି ଫୋନର ବିକ୍ରି ବ୍ରିଟେନରେ ୬ ନଭେମ୍ବରରୁ ଆରମ୍ଭ ହେବ ପରେ ଏହି ହ୍ୟାଣ୍ଡସେଟକୁ ୟୁରୋପର ଅନ୍ୟ ବଜାରମାନଙ୍କରେ ବିକ୍ରି ପାଇଁ ଉପଲବ୍ଧ କରାଯିବ । କହିରଖୁଛୁ ଯେ, ଏହା ପୂର୍ବରୁ ଆମେରିକାରେ ଏହି ବର୍ଷ ଗାଲାକ୍ସି A51 5G ୪୯୯ ଡଲାରରେ (ପ୍ରାୟ ୩୬,୬୦୦ଟଙ୍କା)ରେ ଲଞ୍ଚ କରାଯାଇଥିଲା। ସାମସଙ୍ଗର ଏହି ଫୋନ୍ ପ୍ରିଜ୍ମ୍ ଡଟ୍ ବ୍ଲାକ୍, ପ୍ରିଜ୍ମ୍ ଡଟ୍ ହ୍ୱାଇଟ୍ ଏବଂ ପ୍ରିଜ୍ମ୍ ଡଟ୍ ଗ୍ରେ ରଙ୍ଗରେ ଉପଲବ୍ଧ ଅଛି ।
ସାମସଙ୍ଗ ଗାଲାକ୍ସି A42 5Gର ସ୍ୱତନ୍ତ୍ରତା ଓ ଫିଚର୍
ସାମସଙ୍ଗ ଗାଲାକ୍ସି A42 5G ର ଡିଜାଇନ୍ ବିଷୟରେ କହିବାକୁ ଗଲେ ଏହା ଦେଖିବାକୁ ଗାଲାକ୍ସି ଏ ଏବଂ ଗାଲାକ୍ସି ଏମ ସିରିଜର ଅତ୍ୟାଧୁନିକ ସ୍ମାର୍ଟଫୋନ୍ ସହିତ ସମାନ । ପଛ ପ୍ୟାନେଲରେ ଏକ ବର୍ଗ ଆକୃତିର କ୍ୟାମେରା ମଡ୍ୟୁଲ୍ ଅଛି ଯେଉଁଥିରେ ଚାରୋଟି ସେନ୍ସର ରହିଛି ।
ସାମସଙ୍ଗର ଏହି ହ୍ୟାଣ୍ଡସେଟରେ ୬.୬ -ଇଞ୍ଚର HD + ସୁପର ଏମୋଲେଡ ଇନଫିନିଟି-ୟୁ ଡିସପ୍ଲେ ଅଛି, ଯାହା HD + ରେଜୋଲ୍ୟୁସନ ସହିତ ରହିଛି । ଏହି ସ୍ମାର୍ଟଫୋନ୍ ଅନ୍-ସ୍କ୍ରିନ୍ ଫିଙ୍ଗର ପ୍ରିଣ୍ଟ ସେନ୍ସର ମଧ୍ୟ ସପୋର୍ଟ କରେ । ଏହି ଫୋନରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୭୫୦ ଜି ପ୍ରୋସେଶର ଦିଆଯାଇଛି । ଏହି ଫୋନ୍ 4 GB, 6 GB ଏବଂ 8 GB RAM ସହିତ ଆସିଛି । ହ୍ୟାଣ୍ଡସେଟରେ ୧୨୮ ଜିବି ଇନବିଲ୍ଟ ଷ୍ଟୋରେଜ୍ ଅଛି ଯାହା ମାଇକ୍ରୋ SD କାର୍ଡ ମାଧ୍ୟମରେ ୧ ଟିବି ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ ।
ଏହି ସାମସଙ୍ଗ 5G ଫୋନରେ ଚାରୋଟି ପଛ କ୍ୟାମେରା ଅଛି । ଗାଲାକ୍ସି A42 5G ରେ ୪୮ ମେଗାପିକ୍ସେଲ ପ୍ରାଇମେରୀ, ୮ ମେଗାପିକ୍ସେଲ ଅଲ୍ଟ୍ରା-ୱାଇଡ୍ ଆଙ୍ଗଲ୍, ୫ ମେଗାପିକ୍ସେଲ ଡେପ୍ଥ ଏବଂ ୫ ମେଗାପିକ୍ସେଲ ମାକ୍ରୋ ସେନସର ମଧ୍ୟ ରହିଛି । ଫୋନକୁ ଚାର୍ଜ କରିବା ପାଇଁ 5000mAh ବ୍ୟାଟେରୀ ଅଛି ଯାହା ୧୫ ୱାଟ ଚାର୍ଜିଂକୁ ସପୋର୍ଟ କରୁଛି ।