ପୋଲିସ ହେପାଜତରେ ଚୋରି ଅଭିଯୁକ୍ତଙ୍କ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ

ସମ୍ବଲପୁର: ଚୋରି ଅଭିଯୁକ୍ତ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ । ସମ୍ଵଲପୁର ଏସପି ଦେଲେ ନିର୍ଦ୍ଦେଶ । ଜଣେ ଡିଏସପି ରାଙ୍କର ଅଧିକାରୀ କରିବେ ତଦନ୍ତ । ଗତକାଲି ଜଣେ ଅଭିଯୁକ୍ତର ମୃତ୍ୟୁ ଘଟିଥିଲା । ସନ୍ଦେହଜନକ ଅବସ୍ଥାରେ ଅଭିଯୁକ୍ତ କାଦିର ମହମ୍ମଦ ଶେଖଙ୍କ ମୃତ୍ୟୁ ହୋଇଥିଲା । ଚୋରି ଉଦ୍ୟମ ଅଭିଯୋଗରେ ତାକୁ ଆଗରୁ ଗିରଫ କରିଥିଲା ପୋଲିସ ।
କୋର୍ଟ ଚାଲାଣ ପୂର୍ବରୁ ମହମ୍ମଦ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଚୋରି କରୁଥିବା ବେଳେ ସ୍ଥାନୀୟ ଲୋକେ ଅଭିଯୁକ୍ତଙ୍କୁ ଧରି ପୋଲିସ ଜିମାରେ ଦେଇଥିଲେ । ତେବେ ମହମ୍ମଦଙ୍କୁ ପୋଲିସ ପିଟି ପିଟି ମାରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।