ସାମ୍ବାଦିକଙ୍କୁ ହତ୍ୟା ଷଡ଼ଯନ୍ତ୍ର ମାମଲା, ତଦନ୍ତ ଆରମ୍ଭ କଲେ ସମ୍ବଲପୁର ଜେଲ ଡିଆଇଜି

କଣ୍ଟାବାଞ୍ଜି: ବଢିଲା କଣ୍ଟାବାଞ୍ଜି ସବଜେଲ ର ଜେଲର ବିକାଶଲତା ବାରୁଙ୍କ ଅଡୁଆ । ଜେଲ ଡିଜିଙ୍କ ନିର୍ଦ୍ଦଶକ୍ରମେ ତଦନ୍ତ ଆରମ୍ଭ କରିଛନ୍ତି ଡିଆଇଜି । ସମ୍ବଲପୁର ରେଞ୍ଜ ଡିଆଇଜି କୁଳମଣି ବେହେରାଙ୍କ ନେତୃତ୍ବରେ ଟିମ କଣ୍ଟାବାଞ୍ଜି ଯାଇ ଛାନବିନ କରିଛି । ତେବେ ତଦନ୍ତ ଜାରି ରହିଛି । ଜେଲର ସିସିଟିଭି ଯାଞ୍ଚ କରାଯିବ ବୋଲି କହିଛନ୍ତି ଡିଆଇଜି । ଏବେ ସୁଦ୍ଧା ଜେଲର, ଜେଲ କର୍ମଚାରୀ ଏବଂ ଅଭିଯୋଗକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି । ଆସନ୍ତାକାଲି ଜେଲ ଡିଜିଙ୍କୁ ରିପୋର୍ଟ ଦିଆଯିବ ବୋଲି ସେ କହିଛନ୍ତି ।

ଦୈନିକ ସକାଳର କଣ୍ଟାବାଞ୍ଜି ପ୍ରତିନିଧି ରୋହନ କୁମାର ମହନ୍ତଙ୍କୁ ଉପକାରାଗାରର ଜେଲର ବିକାଶଲତା ବାରୁ ମାରିଦେବାକୁ ଷଡଯନ୍ତ୍ର କରୁଥିବା ଅଡିଓ ଭାଇରାଲ ପରେ ଆକ୍ସନକୁ ଆସିଛି ଜେଲ ବିଭାଗ । ଲେଡି ଜେଲର ବିକାଶଲତା ବାରୁ ଏବଂ ଜଣେ ଓ୍ବେବ ପୋର୍ଟାଲ ସାମ୍ବାଦିକଙ୍କ ଅଡିଓ କାଲି ଭାଇରଲ ହୋଇଥିଲା । ଅଡିଓରେ ସାମ୍ବାଦିକଙ୍କୁ ହତ୍ୟା ଷଡ଼ଯନ୍ତ୍ର କରାଯାଉଥିବା ସ୍ପଷ୍ଟ ଜଣାପଡୁଥିଲା । ଏନେଇ ଥାନାରେ ମାମଲା ହୋଇଥିବାବେଳେ ଜେଲ ଡିଜିଙ୍କ ନିର୍ଦ୍ଦଶକ୍ରମେ ତଦନ୍ତ ଆରମ୍ଭ କରିଛନ୍ତି ଡିଆଇଜି ।