ଫିଲ୍ମ ପୁଷ୍ପା-୨ର ଆଇଟମ ସଙ୍ଗରେ ନାଚିବାକୁ ମନାକଲେ ସାମନ୍ଥା

1 min read

ନନ୍ଦିଘୋଷ ବ୍ୟୁରୋ: ପଷ୍ପା ୨ରେ ଡ୍ୟାନ୍ସ କରିବାକୁ ମନା କରିଦେଲେ ସାମନ୍ଥା । ୩ ମିନିଟକୁ ମିଳିଥାନ୍ତା ୫ କୋଟି ! ଅଫରକୁ ମନା କଲେ ସାମନ୍ଥା । ଏହି ଖବର ଏବେ ତାଙ୍କ ପ୍ରଶଂସକମାନଙ୍କୁ ନିରାଶ କରିଛି । ଦକ୍ଷିଣୀ ଅଭିନେତ୍ରୀ ସାମନ୍ଥା ରଥ ପ୍ରଭୁ ନିକଟରେ ନିଜ ରୋଗରୁ ଆରୋଗ୍ୟ ହେବା ପରେ ଏବେ ମୁମ୍ବାଇରେ ରହୁଛନ୍ତି । ନିଜର ଅପକମିଂ ୱେବସିରିଜ ସିଟାଡେଲର ସୁଟିଂରେ ସେ ଲାଗିଛନ୍ତି । ଏହାରି ମଧ୍ୟରେ ଅଭିନେତ୍ରୀଙ୍କୁ ନେଇ ଆଶ୍ଚର୍ଯ୍ୟ ଚକିତ କରିଦେବା ଭଳି ଖବର ସାମ୍ନାକୁ ଆସିଛି । ମଡିଆ ରିପୋର୍ଟସ ମୁତାବିକ ଅଭିନ୍ତ୍ରୀ ସାମନ୍ଥା ପୁଷ୍ପା-୨ ର ଅଫରକୁ ମନା କରିଦେଇନ୍ତି ।

ସାମନ୍ଥାଙ୍କୁ ଫିଲ୍ମରେ ଏକ ଆଇଟମ ସଙ୍ଗର ଅଫର ଦିଆଯାଇଥିଲା ହେଲେ ସେ ଏହି ଗୀତକୁ କରିବା ପାଇଁ ମନା କରିଦେଇଛନ୍ତି । ସମସ୍ତେ ଆଶ୍ଚମ୍ବିତ ଯେ କାହିଁକି ସାମନ୍ଥା ପୁଷ୍ପା-୨ର ଏହି ଅଫରକୁ ଆଗ୍ରହ୍ୟ କଲେ ।  ପୁଷ୍ପା ଫିଲ୍ମର ‘ଉ ଅଣ୍ଟାଭା’ ଗୀତରେ ସାମନ୍ଥାଙ୍କ ନାଚ ବେସ୍ ଲୋକପ୍ରିୟ ହୋଇଥିଲା । ଫ୍ୟାନ୍ସମାନେ ଏହାକୁ ବହୁତ ପସନ୍ଦ କରିଥିଲେ । ଗୀତର ତାଳେ ତାଳେ ସାମନ୍ଥାଙ୍କ ଠୁମକକୁ ପ୍ରଶଂସା ମିଳିଥିଲା । ଏମିତିରେ ଏବେ ସାମନ୍ଥାଙ୍କୁ ନେଇ କୁହାଯାଉଥିଲା ଯେ ସେ ପୁଷ୍ପା ୨ରେ ମଧ୍ୟ ନିଜର ଜଲୱା ଦେଖାଇବେ ।

କିନ୍ତୁ ସେ ଏହି ଗୀତକୁ ମନା କରିଦେଇଛନ୍ତି, ଏହି ଖବର ପ୍ରଶଂସକଙ୍କୁ ନିରାଶ କରିଛି । ଅବଶ୍ୟ ଏ ସମ୍ପର୍କରେ କୌଣସି ଅଫିସିଆଲ୍ ସୂଚନା ସାମ୍ନାକୁ ଆସିନାହିଁ । ପୁଷ୍ପା ଫିଲ୍ମରେ ସାମନ୍ଥାଙ୍କ ଉ ଅଣ୍ଟାଭା ଆଇଟମ ସଙ୍ଗ ଖୁବ୍ ଚର୍ଚ୍ଚାରେ ରହିଥିଲା ଏବଂ ଏହା ଏପର୍ଯ୍ୟନ୍ତ ସୁଦ୍ଧା ସବୁଠୁ ହିଟ୍ ଗୀତ ମଧ୍ୟରୁ ଗୋଟିଏ । ସୂଚନାନୁଯାୟୀ, ସାମନ୍ଥାଙ୍କୁ ପୁଷ୍ପା-୨ରେ ୩ ମିନିଟର ଗୀତ କରିବାର ଥିଲା । ଏହି ତିନି ମିନିଟ ଗୀତରେ ନାଚିବା ପାଇଁ ଅଭିନେତ୍ରୀଙ୍କୁ ୫ କୋଟି ଟଙ୍କା ମିଳିଥାନ୍ତା । ହେଲେ ସେ ଏହି ଅଫରକୁ ଅସ୍ୱୀକାର କରିଛନ୍ତି । ଅନ୍ୟପକ୍ଷରେ ନିର୍ଦ୍ଦେଶକ ସୁକୁମାର ଅଭିନେତ୍ରୀ ସାମନ୍ଥାଙ୍କୁ ମନାଇବା ପାଇଁ ସମ୍ପୂର୍ଣ୍ଣ ପ୍ରୟାସ କରୁଛନ୍ତି ।

ଅନେକ କହିଛନ୍ତି ଯେ ସାମନ୍ଥା ଧୀରେ ଧୀରେ ଟଲିଉଡ ଇଣ୍ଡଷ୍ଟ୍ରୀକୁ ଇଗ୍ନୋର କରୁଛନ୍ତି । ତାଙ୍କର ୱେବସିରିଜ ସିଟାଡେଲ ମଧ୍ୟ ହିନ୍ଦୀରେ ରିଲିଜ ହେବାକୁ ଯାଉଛି । ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ପୁଷ୍ପା ସିନେମା ସାରା ଦେଶରେ ଭଲ ପ୍ରଦର୍ଶନ କରିଥିଲା । ଏହାକୁ ଦର୍ଶକ ବେଶ୍ ପ୍ରଶଂସା କରିଥିଲେ । ଫିଲ୍ମ ମେକର୍ସ ପୁଷ୍ପା-୨ର ଘୋଷଣା କରିବା ପରେ ରିଲିଜ୍ କୁ ଅପେକ୍ଷା କରିଛନ୍ତି ଦର୍ଶକ । ଏହାରି ମଧ୍ୟରେ ସାମନ୍ଥା ଗୀତରେ ନାଚିବାକୁ ମନା କରିଦେବା ପରେ ଦର୍ଶକ ମର୍ମାହତ ହୋଇଛନ୍ତି । ଏପରି ସ୍ଥିତିରେ ଏବେ ତାଙ୍କ ସ୍ଥାନରେ କିଏ ଗୀତରେ ନାଚିବେ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି…..କୁହାଯାଉଛି ଯେ ଫିଲ୍ମ ମେକର୍ସ ସାମନ୍ଥାଙ୍କ ସ୍ଥାନରେ ଏହି ଗୀତରେ ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କୁ ରିପ୍ଲେସ କରିବାକୁ ଚାହୁଁଛନ୍ତି । ତେବେ ଏନେଇ ଅଫିସିଆଲ୍ ଘୋଷଣା ହୋଇନାହିଁ ।