ସମୁଦି ସହ ଫେରାର ହୋଇଗଲେ ସମୁଦୁଣୀ ; ସାଥୀରେ ବଞ୍ଚିବେ ସାଥିରେ ମରିବେ

1 min read

ନନ୍ଦିଘୋଷ ବ୍ୟଚରୋ: ଶାଶୂ-ଜ୍ବାଇଁଙ୍କ ଫେରାର ହେବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ପୁଣି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଯାହା ସମ୍ପର୍କର ସମସ୍ତ ମର୍ଯ୍ୟାଦାକୁ ଉଲଂଘନ କରିଛି । ସମୁଦି ସଙ୍ଗେ ଫେରାର ହୋଇଯାଇଛନ୍ତି ସମୁଦୁଣୀ । ଏଭଳି ଲଜ୍ଜାଜନକ ଘଟଣା ଉତ୍ତରପ୍ରଦେଶ ବଦାୟୁଁରୁ ଆସିଛି । ଏହି ଘଟଣାଟି ସମସ୍ତଙ୍କୁ ଚମକାଇ ଦେଇଛି । ସମାଜରେ ଏଭଳି କାଣ୍ଡ ବାରମ୍ବାର ଘଟୁଥିବାରୁ ବୁଦ୍ଧିଜୀବୀ ମାନେ କ୍ଷୋଭ ପ୍ରକାଶ କରିଚନ୍ତି । ବିବାହିତ ଲୋକ ଏଭଳି ଲଜ୍ଜାଜନକ କାମ କରୁଥିବାରୁ ସମାଜରେ ଏହାର ଖରାପ ପ୍ରଭାବ ପକାଉଛି । ନିଜ ପ୍ରେମକୁ ପାଇବା ପାଇଁ ବାଡବନ୍ଧ ମାନୁନାହାନ୍ତି ପ୍ରେମୀଯୁଗଳ ।

ବଦାୟୁଁ ଜିଲ୍ଲାରେ ସମୁଦି ସମୁଦୁଣୀ ସହ ଫେରାର ହେବା ପରେ ସ୍ବାମୀ ସୁନୀଲ କୁମାର ଥାନରେ ସ୍ତ୍ରୀ ନିଖୋଜ ହୋଇଥିବା ଅଭିଯୋଗ କରିଥିଲେ । ସ୍ବାମୀଙ୍କ କହିବାନୁଯାୟୀ ସେ ଜଣେ ଟ୍ରକ ଡ୍ରାଇଭର ଥିବା ବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରେ ରୁହନ୍ତିନି । ମାସକୁ ମାସ ପଇସା ପଠାଇବା ସହିତ ମାସକୁ ଦୁଇ କିମ୍ବା ୩ଥର ଘରକୁ ଆସିଥାଆନ୍ତି । ତାଙ୍କ କହିବାନୁଯାୟୀ ତାଙ୍କ ସ୍ତ୍ରୀ ମମତା ଏବଂ ଝିଅର ଶ୍ବଶୁରଙ୍କ ସହ ଖରାପ ସମ୍ପର୍କ ଥିଲା । ସ୍ତ୍ରୀ ଏକୁଟିଆ ଘରେ ରହୁଥିବା ବେଳେ ସମୁଦି ନିତି ତାଙ୍କ ପାଖକୁ ଆସୁଥିଲେ । ଦୁଇଜଣଙ୍କ ଭିତରେ ପ୍ରେମ ସମ୍ପର୍କ ଗଡିବା ପରେ ସେମାନେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ।

ପୁ୍ଅ ସଚିନଙ୍କ କହିବାନୁସାରେ ଯେତେବେଳେ ବାପା ଘରେ ନଥାନ୍ତି ମମି ଦିଦିଙ୍କ ଶ୍ବଶୁରକୁ ଘରକୁ ଡାକିଥାଆନ୍ତି । ଏବଂ ଆମକୁ ଅନ୍ୟ କୋଠରୀକୁ ପଠେଇଦିଅନ୍ତି । ଏବେ ଦୁଇଜଣ କାରରେ ବସି ଫେରାର ହୋଇଗଲେ । ରିପୋର୍ଟ ଅନୁଯାୟୀ ସମୁଦୁଣୀଙ୍କର ୪ଟି ସନ୍ତାନ ଏବଂ ଗୋଟିଏ ଝିଅର ବିବାହ ୨୦୨୨ରେ ହୋଇଥିଲା ।