ବଢୁଛି ପ୍ରଭାସଙ୍କର ଆକ୍ସନ୍ ଫିଲ୍ମ ସାଲାର୍ କ୍ରେଜ୍ । ଚାରି ଦିନରେ ୨୫୦ କୋଟିରେ ପାର କଲା ଫିଲ୍ମ ।

ମୁମ୍ବାଇ :  ରିଲିଜ୍ ହୋଇଥିବା ପ୍ରଭାସଙ୍କର ଆକ୍ସନ୍ ଫିଲ୍ମ ସାଲାର । ଯାହକୁ ନେଇ ଫ୍ୟାନଙ୍କ ମଧ୍ୟରେ କ୍ରେଜ ବଢିବାରେ ଲାଗିଛି । ଦିନକୁ ଦିନ ବଢୁଛି ଫିଲ୍ମର ଲୋକପ୍ରିୟତା  ।  ପ୍ରଭାସ ଏବଂ ପ୍ରୀତିରାଜ ସୁକୁମାରନଙ୍କ ନିକଟରେ ଚଳଚ୍ଚିତ୍ର ‘ସାଲାର : ଭାଗ୧ ସିଜ ଫାୟାର ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଛି  । ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ସାଲାର ୪ ଦିନ ପୂର୍ବରୁ ଅର୍ଥାତ୍ ଡିସେମ୍ବର ୨୨ରେ ତେଲୁଗୁ, କନ୍ନଡ, ତାମିଲ, ମାଲାୟାଲମ ଏବଂ ହିନ୍ଦୀ ଭାଷାରେ ରିଲିଜ କରିଥିଲା । ତେଦେ ୪ ଦିନର ରୋଜଗାରକୁ ନେଇ ଖୁସି ଅଛନ୍ତି ଫଇଲ୍ମ ନିର୍ମାତା ।  କାରଣ ଫିଲ୍ମ ୪ ଦିନରେ ଅନେକ ରେକର୍ଡ ସୃଷ୍ଟି କରିଛି ।

ଫିଲ୍ମ ସଲାର ପ୍ରଥମ ଦିନରେ ୯୦.୭୦ କୋଟି ଟଙ୍କା ରୋଜଗାର କରିଥିବା ବେଳେ ଦ୍ବିତୀୟ ଦିନରେ ୫୬.୩୫ କୋଟି, ତୃତୀୟ ଦିନରେ ୬୨.୦୫ କୋଟି ଏବଂ ଚତୁର୍ଥ ଦିନରେ ପ୍ରାୟ ୪୨.୦୫ କୋଟି ଟଙ୍କା ଆୟ କରିଛି। ଫିଲ୍ମ ଟ୍ରେଡ ପୋର୍ଟାଲ ସାକନିଲକ ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମର ସୋମବାର ଅର୍ଥାତ ୪ର୍ଥ ଦିନରେ ୨୫୧.୬୦ କୋଟି ଟଙ୍କା ରୋଜଗାର କରିଛି ।

ଏହି ଫିଲ୍ମ ତେଲୁଗୁରେ ୬୩.୪୧ ପ୍ରତିଶତ, କନ୍ନଡରେ ୪୫.୪୮ ପ୍ରତିଶତ, ହିନ୍ଦୀରେ ୩୫.୧୫ ପ୍ରତିଶତ, ମାଲାୟାଲମରେ ୩୪ ପ୍ରତିଶତ ଏବଂ ତାମିଲରେ ୨୩.୨୮ ପ୍ରତିଶତ ରେକର୍ଡ କରିଛି । ସାଲାର ଏହାର ପ୍ରଥମ ରବିବାର ଦିନ ବିଶ୍ୱ ବକ୍ସ ଅଫିସରେ ବହୁତ ଭଲ ବ୍ୟବସାୟ କରିଥିଲା ।

ଫିଲ୍ମଟି ରିଲିଜ ହେବାର ୩ଦିନ ମଧ୍ୟରେ ବିଶ୍ବରେ ୪୦୦ କୋଟି ଟଙ୍କା ପାର କରିଛି । ଏହି ଫିଲ୍ମ ପ୍ରଥମ ଦିନରେ ୧୭୮.୭୦ କୋଟି, ଦ୍ୱିତୀୟ ଦିନରେ ୧୧୭ କୋଟି ଏବଂ ତୃତୀୟ ଦିନରେ ୧୦୦ କୋଟିରୁ ଅଧିକ ଆୟ କରିଛି । ବିଶ୍ବରେ ୪୦୨ କୋଟି ଟଙ୍କା ରୋଜଗାର କରିଥିବା ଫିଲ୍ମ ନିର୍ମାତା ଘୋଷଣା କରିଛନ୍ତି ।

ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଖାନସର ନାମକ ଏକ କାଳ୍ପନିକ ସ୍ଥାନ ଉପରେ ଆଧାରିତ  । ସଲାରରେ ପ୍ରଭାସ, ପୃଥୀରାଜଙ୍କ ସମେତ ଶ୍ରୁତି ହାସନ, ଇଶ୍ବରୀ ରାଓ, ଶ୍ରୀୟା ରେଡ୍ଡୀ, ଟିନୁ ଆନନ୍ଦ ଏବଂ ଜଗପତି ବାବୁ ନଜର ଆସିଛନ୍ତି ।