ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବେ ସଚିନଙ୍କ ଝିଅ ?

ମୁମ୍ବାଇ: ସଚିନ୍‌ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ନେଟିଜେନ୍ସଙ୍କ ମଧ୍ୟରେ ଖୁବ୍‌ ଲୋକପ୍ରିୟ । ସେ ମଡେଲିଂକୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ଏବେ ତାଙ୍କ ବଲିଉଡ ଡେବ୍ୟୁକୁ ନେଇ ଖବର ଆସୁଛି । ୨୪ ବର୍ଷୀୟ ସାରା ଷ୍ଟାରକିଡ୍ସଙ୍କ ମଧ୍ୟରେ ବେଶ୍‌ ପରିଚିତ । ମିଡିଆ ରିପୋର୍ଟ ଅନୁସାରେ ସାରା ତାଙ୍କ ସ୍କୁଲ ଶିକ୍ଷା ମୁମ୍ବାଇର ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ  ସ୍କୁଲରେ ଶେଷ କରିଥିଲେ ।  ଏହାପରେ ୟୁନିଭର୍ସିଟି କଲେଜ ଅଫ୍‌ ଲଣ୍ଡନରେ ଗ୍ରାଜୁଏସନ ଶେଷ କରିଥିଲେ ।  ସାରାଙ୍କ ମା’ ଜଣେ ଡାକ୍ତର । ତାଙ୍କ ବଲିଉଡ ଡେବ୍ୟୁକୁ ନେଇ ଉଡ଼ାଖବର ସାମ୍ନାକୁ ଆସିଛି ।

ଖବର ଅନୁସାରେ, ସାରା ତେନ୍ଦୁଲକର ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।  ସେ ଅଭିନୟ ପ୍ରତି ଖୁବ୍‌ ଆକର୍ଷିତ । ସେ କିଛି ବ୍ରାଣ୍ଡ୍‌ ର ବିଜ୍ଞାପନ ମଧ୍ୟ କରିଛନ୍ତି । ଯଦିଓ ସାରା ଲୋପ୍ରୋଫାଇଲ ମେଣ୍ଟେନ୍‌ କରୁଛନ୍ତି, ତଥାପି ଅଭିନୟ ପ୍ରତି ତାଙ୍କର ଗଭୀର ରୁଚି ଅଛି ଏବଂ ଅଭିନୟ ମଧ୍ୟ ଶିଖୁଛନ୍ତି ।

ସୋସିଅଲ ମିଡିଆରେ ସାରାଙ୍କ ଫ୍ୟାନ୍‌ ଫଲୋଇଙ୍ଗ୍‌ ଯଥେଷ୍ଟ ଅଧିକ । ସାରାଙ୍କ ଭାଇ ଅର୍ଜୁନ ଜଣେ କ୍ରିକେଟର ।