spot_img

Latest Posts

କ୍ୟାମେରାମ୍ୟାନଙ୍କୁ ବଞ୍ଚାଇବାକୁ ଯାଇ ଋଷ ମନ୍ତ୍ରୀଙ୍କ ମୃତ୍ୟୁ

ମସ୍କୋ: ଋଷର ଜରୁରୀକାଳୀନ ମନ୍ତ୍ରୀ ୟେଭଗେନି ଜିନିଚେଭଙ୍କର ମୃତ୍ୟୁ ଘଟିଛି। ଆର୍କଟିକ୍ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଋଷର ରାଷ୍ଟ୍ରପତି କାର୍ଯ୍ୟାଳୟ କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସ୍କୋଭ ଏନେଇ ସ୍ପଷ୍ଟ କରିଛନ୍ତି। ଏହି ଦୁଃଖଦ ଘଟଣା ସମ୍ପର୍କରେ ସେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଅବଗତ କରାଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ତାଙ୍କ ମୃତଦେହକୁ ମସ୍କୋ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି। କ୍ରେମଲିନଙ୍କ କହିବାନୁଯାୟୀ, ଋଷର ଜରୁରୀକାଳୀନ ମନ୍ତ୍ରଣାଳୟ ଏହି ଦୁଃଖଦ ଖବର ସମ୍ପର୍କରେ ଜଣାଇଛନ୍ତି । ଆର୍କଟିକ୍ ଅଞ୍ଚଳରେ ଥିବା ସମୟରେ ମନ୍ତ୍ରୀ ଜରୁରୀକାଳୀନ ପରିସ୍ଥିତିରୁ କିପରି ରକ୍ଷା କରାଯିବ ସେନେଇ ଅନେକ ବିଭାଗ ସହିତ ମିଶି ଅଭ୍ୟାସ କରୁଥିଲେ। ଏହି ସମୟରେ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ସେ ଗୁରୁତର ଆହତ ହୋଇଥିଲେ । ପରେ ତାଙ୍କୁ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।

ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଏହି ମନ୍ତ୍ରୀ ଜଣକ ପାହାଡର ଏକ କଡରେ ଠିଆ ହୋଇଥିଲେ । ଏହି ସମୟରେ ଅଚାନକ ଜଣେ କ୍ୟାମେରାମ୍ୟାନଙ୍କ ଗୋଡ ଖସିପଡିବାରୁ ସେ ତଳେ ପଡ଼ିଯାଇଥିଲେ। ତାଙ୍କୁ ବଞ୍ଚାଇବା ପାଇଁ ଜିନିଚେଭ ଶିଖରରୁ ପାଣି ଭିତରକୁ ଡେଇଁପଡିଥିଲେ। ହେଲେ ଦୁର୍ଭାଗ୍ୟବଶତଃ ଅନ୍ୟ ଏକ ପଥର ସହିତ ମାଡ଼ ହେବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।

ତେବେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବେଳେ ଜରୁରୀକାଳୀନ ସେବା ହେଲିକପ୍ଟରରେ ତାଙ୍କର ମୃତ୍ୟୁ ଘଟିଥିଲା।

Latest Posts

Don't Miss