ଋଷ କହିଲା ଅସ୍ତ୍ର ଛାଡ଼ ଆମେ ସୁରକ୍ଷା ଦେବୁ ! କିନ୍ତୁ ୟୁକ୍ରେନ…

1 min read

କିଭ୍: ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ମାରିଆପୋଲରେ ଚାଲିଥିବା ଯୁଦ୍ଧ ଏବେ ଭିଷଣ ହେବାରେ ଲାଗିଛି । ଋଷ ୟୁକ୍ରେନକୁ ଯୁଦ୍ଧ ବନ୍ଦ କରିବାର ବିକଳ୍ପ ଦେଇଛି ଏବଂ କହିଛି ଯେ, ୟୁକ୍ରେନ ମାରିଆପୋଲକୁ ଖାଲି କରଦେଉ ଆମେ ଯୁଦ୍ଧ ବନ୍ଦ କରିଦେବୁ । କିନ୍ତୁ ୟୁକ୍ରେନ ସୈନ୍ୟ ଆତ୍ମସମର୍ପଣ କରିବାକୁ ମନା କରିଦେଇଛନ୍ତି । ଅନ୍ୟପଟେ ଋଷ ଚେତାବନୀ ଦେଇଛି ଯେ, ମାରିଆପୋଲରେ ଭୟାନକ ମାନବିକତାକୁ ଧ୍ୱଂସ କରାଯାଉଛି ।

ତେବେ ଋଷର ଏହି ଚେତାବନୀ ପରେ ୟୁକ୍ରେନ ସ୍ପଷ୍ଟ କରିଦେଇଛି ଯେ, ସେମାନେ କେବେ ବି ଅସ୍ତ୍ର ଛାଡ଼ିବେ ନାହିଁ କି ଆତ୍ମସମର୍ପଣ କରିବେ ନାହିଁ । ଏହା ପୂର୍ବରୁ ଋଷର କର୍ଣ୍ଣଲ ଜେନେରାଲ କହିଥିଲେ ଯେ, ବଡ଼ ମାନବୀୟ ବିପଦ ସାମ୍ନାରେ ଅଛି ଏମିତିରେ ଯେଉଁମାନେ ଅସ୍ତ୍ର ଛାଡିବେ ସେମାନଙ୍କୁ ମାରିଆପୋଲରୁ ସୁରକ୍ଷିତ ବାହାର କରାଯିବ । ସୂଚନା ଅନୁସାରେ ବର୍ତ୍ତମାନ ସୁଧା ପାଖାପାଖି ୪ଲକ୍ଷ ଲୋକ ସହରରେ ଫସି ରହିଛନ୍ତି ୮୦ ପ୍ରତିଶତ କୋଠା ଧ୍ୱଂସ ହୋଇଯାଇଛି ।

Curfew Imposed In Ukraine Capital Kiev Russia War

ମାରିଆପୋଲ ଆକ୍ରମଣ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ବିବୃତ୍ତି ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, ଦେଶରେ ହେଉଥିବା ଆତଙ୍କକୁ ଆଗାମୀ ଦଶନ୍ଧି ଧରି ମନେରଖା ଯିବ ।

Russia Running Short Of Soldiers Putin Recruiting Foreign Fighters

ସୂଚନାନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ଋଷର ବିସ୍ଫୋରଣରେ ମାରିଅପୋଲର ୮୦ ପ୍ରତିଶତ କୋଠା ନଷ୍ଟ ହୋଇଯାଇଛି। ଅତୀତରେ  ମାରିଅପୋଲର ଥିଏଟରକୁ ଋଷିୟମାନେ ବୋମାମାଡ଼ ମଧ୍ୟ କରାଯାଇଥିଲା । ଏବଂ ଏହି ଆକ୍ରମଣରେ ପ୍ରାୟ ୪ଶହ ଲୋକ ଥିଏଟର ତଳେ ଫସି ରହିଥିବା ସାମ୍ନାକୁ ଆସିଥିଲା ।

ମାରିଆପୋଲ୍ କାହିଁକି ଗୁରୁତ୍ୱପୂର୍ଣ୍ଣ ?

ମାରିଆପୋଲ ସହର ଦକ୍ଷିଣ ଏବଂ ପୂର୍ବ ୟୁକ୍ରେନକୁ ସଂଯୋଗ କରୁଥିବା ସେତୁ ଭାବେ କାର୍ଯ୍ୟ କରିଥାଏ । ଯଦି ଏହା ପୁଟିନଙ୍କ ସୈନ୍ୟ ଏହାକୁ କବଜା କରିଦିଅନ୍ତି ତେବେ ତାଙ୍କୁ ବଡ଼ ସଫଳତା ମିଳିଯିବ । ସୂଚନା ଅନୁସାରେ ଋଷ-ୟୁକ୍ରେନ ଯୁଦ୍ଧର ଆଜି ୨୬ତମ ଦିନ । ଋଷ ଆକ୍ରମଣରେ ୟୁକ୍ରେନର ହଜାର ହଜାର ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ୟୁକ୍ରେନ ଦାବି କରିଛି । ଏହାସହ ୟୁକ୍ରେନ ମଧ୍ୟ ଯୁଦ୍ଧରେ ଋଷର ଅନେକ କ୍ଷତି ଘଟାଇଥିବା ଦାବି କରୁଛି । ଏହି ଯୁଦ୍ଧରେ ୧୩ ହଜାରରୁ ଅଧିକ ଋଷିୟ ସୈନିକ ନିହତ ହୋଇଥିବା ଦାବି କରାଯାଇଛି ।