ଋଷର କୋଟିପତି ଏପ୍ରିଲ ମାସରୁ କରୋନା ଟିକା ନେଇସାରିଲେଣି କି ? ଜାଣନ୍ତୁ ସତ କଣ..

ମସ୍କୋ: ଦୁନିଆ କରୋନାର ଭ୍ୟାକ୍ସିନ ଖୋଜୁଛି । ଭୂତାଣୁ ଭୟରେ ଭୟଭୀତ ଜୀବନ । ଲକଡାଉନ ଭିତରେ ଡହଳ ବିକଳ ଜୀବନ ଓ ଜୀବିକା । ଏମିତିରେ ୭ଶହ କୋଟି ଲୋକ ଚମତ୍କାର ଆଶାରେ ଅଛନ୍ତି । ଭ୍ୟାକ୍ସିନ୍ କେବେ ଆସିବ ତାକୁ ଚାତକ ଭଳି ଚାହିଁଛି ବିଶ୍ୱ । ୬ ଲକ୍ଷ ଲୋକଙ୍କ ଜୀବନ ନେଇଥିବା ଭାଇରସକୁ କେବଳ ଅଟକାଇ ପାରିବ ଭ୍ୟାକ୍ସିନ୍ । ଲାବରୁ ଭ୍ୟାକ୍ସିନ୍ ବାହାରିଲେ ଭୟ ମରିବ । ଚୀନ୍,ଆମେରିକା,ଭାରତ ଓ ଇସ୍ରାଏଲ ସମସ୍ତେ ସମୟ ବିରୋଧରେ ଦୌଡୁଛନ୍ତି । ଏହାରି ଭିତରେ ଋଷ ଦାବି କରିଥିଲା ତା’ ଭ୍ୟାକ୍ସିନ୍ ପ୍ରସ୍ତୁତ । ଏବେ ଆଉ ଗୋଟିଏ ଚାଂଚଲ୍ୟକର ଖବର ସେହି ଭ୍ୟାକ୍ସିନକୁ ନେଇ ଆସୁଛି ଯାହାକୁ ରୁଷ ତିଆରି କରିଥିବା ଦାବି କରୁଛି । କୁହାଯାଉଛି ଯେ, ଏପ୍ରିଲ ମାସରୁ ହିଁ ଏହି ଭ୍ୟାକ୍ସିନ ତିଆରି ସରିଛି । ଆଉ ସେହି ମାସରେ ଋଷର କୋଟିପତି ମାନେ ଟିକା ନେଇ ସାରିଛନ୍ତି !

russia vaccine

ଏପ୍ରିଲରେ ତିଆରି ହୋଇଥିଲା ଭ୍ୟାକ୍ସିନ୍ !

ଋଷ,ଲୌହ ପରଦାର ଦେଶ । କମ୍ୟୁନିଜମ୍ କବର ନେଇ ସାରିବ ପରେ ବି ଋଷରୁ ଖବର ବାହାରିବା କାଠିକର ପାଠ । ବ୍ଲୁମବର୍ଗର ଗୋଟିଏ ରିପୋର୍ଟରେ ଦାବି କରାଯାଇଛି ଯେ, ଏପ୍ରିଲ ମାସରେ ଋଷର ନେତା ଓ କୋଟିପତିଙ୍କ ପରୀକ୍ଷମୁଳକ ଟିକା ଦିଆଯାଇଥିଲା । ବ୍ଲୁମବର୍ଗ ଅନୁସାରେ ଯେଉଁ କୋଟିପତିଙ୍କୁ ଟିକା ଆଯାଇଥିଲା ସେମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ଆଲମୁନିୟମ କଂପାନୀ ୟୁନାଇଟେଡ୍ ରସେଲର ଶୀର୍ଷ ଅଧିକାରୀ,କୋଟିପତି ଓ ସରକାରୀ ଅଧିକାରୀ । ଏହି ଭ୍ୟାକ୍ସିନକୁ ମସ୍କୋସ୍ଥିତ ସରକାରୀ କଂପାନୀ ଗମଲେୟା ଇନଷ୍ଟିଚ୍ୟୁଟ୍ ଏହି ଭ୍ୟାକ୍ସିନକୁ ତିଆରି କରିଥିଲା ।

moscow

ଭ୍ୟାକ୍ସିନ ତିଆରି ପାଇଁ ଋଷ ସେନା ଦେଇଥିଲା ଆର୍ଥିକ ସାହାଯ୍ୟ

ଗମଲେଇକୁ ଭ୍ୟାକ୍ସିନ୍ ତିଆରି କରିବାରେ ଋଷ ସେନା ସାହାଯ୍ୟ କରିଥିଲା ବୋଲି ବ୍ଲୁମବର୍ଗ ଦାବି କରିଛି । ଋଷ ସେନା ଓ ରଶିଆନ୍ ଇନଭେଷ୍ଟମେଣ୍ଟ୍ ଫଣ୍ଡ୍ କଂପାନୀକୁ ଆର୍ଥିକ ସାହାଯ୍ୟ ଦେଇଥିବା କୁହାଯାଉଛି । ଗତ ସପ୍ତାହରେ ଏହି ଭ୍ୟାକ୍ସିନର ପ୍ରଥମ ଟ୍ରାଏଲ ସରିଛି । ଋଷ ସେନାର ସୈନିକଙ୍କ ଉପରେ ପ୍ରଥମ ପରୀକ୍ଷଣ ହୋଇଥିଲା । ତେବେ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଏହାର ଫଳାଫଳ ଘୋଷଣା କରାଯାଇନାହିଁ ।  ପରୀକ୍ଷଣରେ ୪୦ ଜଣ ସାମିଲ ଥିଲେ ।ଏବେ ଏହି ଭ୍ୟାକ୍ସିନକୁ ଅଧିକ ଲୋକଙ୍କ ଉପରେ ପ୍ରୟୋଗ କରାଯାଉଛି ।

vladimir putin

ପୁଟିନ୍ ଟିକା ନେଇଛନ୍ତି କି ?

କିଛି ଦାବି କରୁଛନ୍ତି ଯେ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ମଧ୍ୟ ଏପ୍ରିଲ ମାସରେ କରୋନା ଟିକା ନେଇଛନ୍ତି । ତେବେ ଆଧିକାରିକ ଭାବେ ଏନେଇ ସରକାରଙ୍କ ପକ୍ଷରୁ କିଛି ମଧ୍ୟ କୁହାଯାଇ ନାହିଁ । ଋଷରେ ବର୍ତ୍ତମାନ ପର୍ଯ୍ୟନ୍ତ ୭ ଲକ୍ଷ ୫୦ ହଜାର କରୋନା ସଂକ୍ରମିତଙ୍କ ଚିହ୍ନଟ କରାଯାଇଛି ।  ଅଗଷ୍ଟ ୩ ତାରିଖରୁ ଏହି ଭ୍ୟାକ୍ସିନର ତୃତୀୟ ଫେଜ୍ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ତୃତୀୟ ଫେଜରେ ସାଉଦି ଆରବ ଓ ୟୁଏଇର ହଜାର ହଜାର ଭଲ୍ୟୁଣ୍ଟର ଏଥିରେ ଭାଗ ନେବେ । ସେପ୍ଟେମ୍ବର ମାସରେ ଏହି ଭ୍ୟାକ୍ସିନକୁ ଋଷ ନିଜ ନାଗରିକଙ୍କୁ ଦେବ ବୋଲି ଶୁଣାଯାଉଛି ।

ସେପ୍ଟେମ୍ବରରୁ ବ୍ୟାପକ ଉତ୍ପାଦନ

ଗମଲେଇ ଅନୁସାରେ ୧୨ରୁ ୧୪ ଅଗଷ୍ଟ ମଧ୍ୟରେ ଏହି ଭ୍ୟାକ୍ସିନର ସିଭିଲ ସର୍କ୍ୟୁଲେସନ୍ ଆରମ୍ଭ ହୋଇଯିବ । ସେପ୍ଟେମ୍ବର ମାସରୁ ଘରୋଇ କଂପାନୀ ଏହାର ବ୍ୟାପକ ଉତ୍ପାଦନ ଆରମ୍ଭ କରିବେ । ଭ୍ୟାକ୍ସିନ୍ ମାନବ ପରୀକ୍ଷଣରେ ସଂପୂର୍ଣ୍ଣ ସୁରକ୍ଷିତ ପ୍ରମାଣିତ ହୋଇସାରିଛି । ଅଗଷ୍ଟରେ ଯେତେବେଳେ ରୋଗୀଙ୍କୁ ଭ୍ୟାକ୍ସିନ ଦିଆଯିବା ସେତେବେଳେ ଏହା ଫେଜ୍ ୩ ଟ୍ରାଏଲ ଭଳି ହେବ । କାରଣ ଯେଉଁମାନଙ୍କୁ ଡୋଜ୍ ମିଳିବ ସେମାନଙ୍କ ମନିଟରିଂ କରାଯିବ । ଫେଜ୍ ୧ ଓ ୨ରେ ସାଧାରଣତଃ ଭ୍ୟାକ୍ସିନର ସୁରକ୍ଷା ଯାଂଚ୍ କରାଯାଇଥାଏ ,ଯେମିତିକି ଏହାକୁ ଫେଜ୍ ତିନିରେ ବଡ ଗ୍ରୁପ୍ ମଧ୍ୟରେ ଟ୍ରାଏଲ କରାଯାଇ ପାରିବ ।

Leave a Reply