ଫସିଗଲା ଋଷିଆ, ଯୁଦ୍ଧର କ୍ଷତି ଶହେ ବର୍ଷ ପଛକୁ ଠେଲିଦେବ

1 min read

ନନ୍ଦିଘୋଷ ବ୍ୟୁରୋ: ଫସାଇଦେଇଛି ଯୁଦ୍ଧଂଦେହି ଡାକରା  । ଆଧିପତ୍ୟ ପାଇଁ ଭୁଷୁଡିବାକୁ ବସିଛି ଅର୍ଥନିତୀ । ଯୁଦ୍ଧର ବିଭିଷିକା ଠାରୁ ବଳିଯିବ ଆର୍ଥିକ ସଂଙ୍କଟ  । ୟୁକ୍ରେନ ଉପରେ ଆକ୍ରମଣ ହେଉଛି, ଋଷ ଆର୍ଥିକ କ୍ଷତି ସହୁଛି  ।  ଋଷର ଅର୍ଥନିତୀଜ୍ଞଙ୍କ ଅନୁମାନ ଭୟ ବଢାଇଦେଇଛି  । ଅର୍ଥାତ ଶହେ ବର୍ଷ ପଛକୁ ଚାଲିଯିବ ଋଷ । ଋଷ ଏବେ ଦେବାଳିଆ ହେବାରେ ଲାଗିଛି  । ଯୁଦ୍ଧ ଡାକରା ଦେବା ପରଠାରୁ ଋଷରେ ବିଗୁଡୁଛି ଆର୍ଥିକ ସଂକଟ  । ଷ୍ଟକ ବଜାର ବନ୍ଦ ହୋଇଯାଇଛି  । ଦେଶୀୟ ମୁଦ୍ରା ରୁବେଲ ହ୍ରାସ ଘଟୁଛି  । ଆଇକିଆ, ମ୍ୟାକଡୋନାଲ୍ସ, ଷ୍ଟାରବକ୍ସରେ ଅର୍ଥ ବ୍ୟୟ କରିବାରେ ବିଫଳ ହେଉଛନ୍ତି ଋଷ ନାଗରୀକ  । କାରଣ ଏହି ସମସ୍ତ କମ୍ପାନୀ ଏବେ ଋଷିଆ ଛାଡିବାକୁ ବସିଲେଣି  । ସେପଟେ ତୈଳ ଓ ଗ୍ୟାସ ଉପରେ ପାଶ୍ଚାତ୍ୟ ଦେଶର କଟକଣା ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି  । ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ଅଂଶ ହେଉଛି ବ୍ୟବସାୟିକ ପ୍ରତିବନ୍ଧକ ଭିତରେ ସାମରିକ ଖର୍ଚ୍ଚ ଋଷକୁ ଶକ୍ତ ଧକ୍କା ଦେଇଛି  । ଆଉ ଯଦି ଏହି ସ୍ଥିତି ଜାରି ରହେ, ତେବେ ଶତାଦ୍ଦୀର ଶେଷକୁ ଫେରିଯିବ ଏହି ବିକଶିତ ରାଷ୍ଟ୍ର  ।

ୟୁକ୍ରେନ- ଋଷିଆ ଯୁଦ୍ଧକୁ ତିନି ସପ୍ତାହ ବିତିଛି  । ଏକ କ୍ଷୁଦ୍ର ରାଷ୍ଚ୍ରକୁ କ୍ଷତି ପହଁଚାଇବାକୁ ଯାଇ ଅକଳରେ ପଡିଯାଇଛି ବୃହତ ରାଷ୍ଟ୍ର  । ଏହାରି ଭିତରେ ଋଷ ଅର୍ଥନୀତିଜ୍ଞଙ୍କ ଆକଳନ କରିଛନ୍ତି ଯେ, ଆସନ୍ତା ବର୍ଷ ୭ ପ୍ରତିଶତ କ୍ଷତି ସହିବ ଅର୍ଥନିତୀ  । ସେପଟେ ଅନ୍ୟ କେହି ମଧ୍ୟ ଅନୁମାନ କରିଛନ୍ତି କି ୧୫ ପ୍ରତିଶତରୁ ଅଧିକ କ୍ଷତି ସହିବାକୁ ଯାଉଛି ଋଷିଆ  । ୧୯୯୮ ରେ ଋଷର ଷ୍ଟକ ବଜାର ଯେଉଁଭଳି ଭୁଷୁଡିଥିଲା ତାହା ଥିଲା ଋଷ ଇତିହାସର ସବୁଠାରୁ ବଡ଼  କ୍ଷତି  । କିନ୍ତୁ ଏହି କ୍ଷତି ୯୮ ମସିହା ଠାରୁ ବଳିଯିବା ନେଇ କହିଛନ୍ତି ଅର୍ଥନୀତିଜ୍ଞ  ।  ବିଶେଷକରି ଯଦି ଦେଖିବା ଋଷ ଅର୍ଥନିତି କହିଲେ ତୈଳ ଓ ଗ୍ୟାସକୁ ବୁଝାଏ  । ୟୁକ୍ରେନକୁ ସମର୍ଥନ କରି ଋଷ ବିରୋଧରେ ୟୁରୋପୀୟ ଦେଶ ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି  । ଫଳରେ ବ୍ରିଟେନ ଓ ଆମେରିକା ଋଷ ମାର୍କେଟରୁ ତେଲ ନକିଣିବା ନେଇ ଘୋଷଣା କରିଛନ୍ତି  । ଯଦି ୟୁରୋପୀୟ ରାଷ୍ଟ୍ର ଋଷ ସହ ଏହି କଟକଣା ଜାରି ରଖନ୍ତି, ତେବେ ଋଷ ଆର୍ଥିକ ଅବ୍ୟବସ୍ଥା ୧୦୦ ବର୍ଷ ପଛକୁ ନେଇଯିବ ବୋଲି ଅନୁମାନ କରିଛନ୍ତି ଫାଇନେସିଆଲ ଏକ୍ସପର୍ଟ  ।

ସୋଭିଏତ ଋଷର ବିଭାଜନ ପରେ ଆର୍ଥିକ ସଙ୍କଟ ଶୀର୍ଷରେ ରହିଥିଲା  । ଯାହାର ନେତୃତ୍ୱ ନେଇଥିଲେ ରାଷ୍ଚ୍ରପତି ବ୍ଲାଦିମିର ପୁତିନ  । ପୁତିନଙ୍କ ସଫଳ ନିଷ୍ପତ୍ତି ହିଁ ସେତେବେଳେ ଋଷିଆକୁ ଆର୍ଥିକ ସଙ୍କଟରୁ ମୁକୁଳାଇବାରେ ସହାୟକ ହୋଇଥିଲା  । କାରଣ ପୁତିନ ହେଉଛନ୍ତି ଋଷର ଶ୍ରେଷ୍ଠ ଧନୀ  ।ଋଷର ଧାତବ ଶିଳ୍ପ କମ୍ପାନୀ ନୋରିଲ୍ସକ ନିକେଲର ଅଧ୍ୟକ୍ଷ ଏବଂ ସବୁଠାରୁ ବଡ଼ ଅଂଶୀଦାର ହେଉଛନ୍ତି ପୁତିନ  । ଦେଶରେ ଦେଖାଯାଉଥିବା ଆର୍ଥିକ ସଂକଟକୁ ଭଲସେ ବୁଝିଛନ୍ତି ପୁତିନ  । ପୁତିନ ଏକଥା ମଧ୍ୟ କହିଛନ୍ତି କି, ଯଦି ଋଷ ପାଶ୍ଚାତ୍ୟ କମ୍ପାନୀ ଏବଂ ନିବେଶକଙ୍କ ପାଇଁ ଦ୍ୱାର ବନ୍ଦ କରେ, ତେବେ ୧୯୧୭ ମସିହାର ବିପ୍ଲବ ପୁଣି ଥରେ ପହଁଚିଯିବ  । କିନ୍ତୁ ଋଷ ଏବଂ ୟୁରୋପୀୟ ରାଷ୍ଟ୍ରର ଭିତରେ ଦେଖାଯାଇଥିବା ବୃହତ ବିବାଦର ପରିଣାମ ଭୟଙ୍କର ହେବ  । ଋଷର ଇଜଭେଷ୍ଟିଆର ରିପୋର୍ଟ ମୁତାବିକ ପ୍ରାୟ ୫୯ କମ୍ପାନୀ ଏବେ ଋଷ ଛାଡିବା ପାଇଁ ପ୍ରସ୍ତୁତ ହେଉଛନ୍ତି  । ବାସ୍ତବରେ ଯଦି ଋଷରେ ଏହି ସ୍ଥିତି ଜାରି ରହେ ତେବେ ସତ ହେବ ଅର୍ଥନୀତିଜ୍ଞଙ୍କ ଅନୁମାନ  । ୧୦୦ ବର୍ଷ ପଛକୁ ଚାଲିଯିବ ଋଷିଆ  ।