ଫସିଗଲା ଋଷିଆ, ଯୁଦ୍ଧର କ୍ଷତି ଶହେ ବର୍ଷ ପଛକୁ ଠେଲିଦେବ
1 min readନନ୍ଦିଘୋଷ ବ୍ୟୁରୋ: ଫସାଇଦେଇଛି ଯୁଦ୍ଧଂଦେହି ଡାକରା । ଆଧିପତ୍ୟ ପାଇଁ ଭୁଷୁଡିବାକୁ ବସିଛି ଅର୍ଥନିତୀ । ଯୁଦ୍ଧର ବିଭିଷିକା ଠାରୁ ବଳିଯିବ ଆର୍ଥିକ ସଂଙ୍କଟ । ୟୁକ୍ରେନ ଉପରେ ଆକ୍ରମଣ ହେଉଛି, ଋଷ ଆର୍ଥିକ କ୍ଷତି ସହୁଛି । ଋଷର ଅର୍ଥନିତୀଜ୍ଞଙ୍କ ଅନୁମାନ ଭୟ ବଢାଇଦେଇଛି । ଅର୍ଥାତ ଶହେ ବର୍ଷ ପଛକୁ ଚାଲିଯିବ ଋଷ । ଋଷ ଏବେ ଦେବାଳିଆ ହେବାରେ ଲାଗିଛି । ଯୁଦ୍ଧ ଡାକରା ଦେବା ପରଠାରୁ ଋଷରେ ବିଗୁଡୁଛି ଆର୍ଥିକ ସଂକଟ । ଷ୍ଟକ ବଜାର ବନ୍ଦ ହୋଇଯାଇଛି । ଦେଶୀୟ ମୁଦ୍ରା ରୁବେଲ ହ୍ରାସ ଘଟୁଛି । ଆଇକିଆ, ମ୍ୟାକଡୋନାଲ୍ସ, ଷ୍ଟାରବକ୍ସରେ ଅର୍ଥ ବ୍ୟୟ କରିବାରେ ବିଫଳ ହେଉଛନ୍ତି ଋଷ ନାଗରୀକ । କାରଣ ଏହି ସମସ୍ତ କମ୍ପାନୀ ଏବେ ଋଷିଆ ଛାଡିବାକୁ ବସିଲେଣି । ସେପଟେ ତୈଳ ଓ ଗ୍ୟାସ ଉପରେ ପାଶ୍ଚାତ୍ୟ ଦେଶର କଟକଣା ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ଅଂଶ ହେଉଛି ବ୍ୟବସାୟିକ ପ୍ରତିବନ୍ଧକ ଭିତରେ ସାମରିକ ଖର୍ଚ୍ଚ ଋଷକୁ ଶକ୍ତ ଧକ୍କା ଦେଇଛି । ଆଉ ଯଦି ଏହି ସ୍ଥିତି ଜାରି ରହେ, ତେବେ ଶତାଦ୍ଦୀର ଶେଷକୁ ଫେରିଯିବ ଏହି ବିକଶିତ ରାଷ୍ଟ୍ର ।
ୟୁକ୍ରେନ- ଋଷିଆ ଯୁଦ୍ଧକୁ ତିନି ସପ୍ତାହ ବିତିଛି । ଏକ କ୍ଷୁଦ୍ର ରାଷ୍ଚ୍ରକୁ କ୍ଷତି ପହଁଚାଇବାକୁ ଯାଇ ଅକଳରେ ପଡିଯାଇଛି ବୃହତ ରାଷ୍ଟ୍ର । ଏହାରି ଭିତରେ ଋଷ ଅର୍ଥନୀତିଜ୍ଞଙ୍କ ଆକଳନ କରିଛନ୍ତି ଯେ, ଆସନ୍ତା ବର୍ଷ ୭ ପ୍ରତିଶତ କ୍ଷତି ସହିବ ଅର୍ଥନିତୀ । ସେପଟେ ଅନ୍ୟ କେହି ମଧ୍ୟ ଅନୁମାନ କରିଛନ୍ତି କି ୧୫ ପ୍ରତିଶତରୁ ଅଧିକ କ୍ଷତି ସହିବାକୁ ଯାଉଛି ଋଷିଆ । ୧୯୯୮ ରେ ଋଷର ଷ୍ଟକ ବଜାର ଯେଉଁଭଳି ଭୁଷୁଡିଥିଲା ତାହା ଥିଲା ଋଷ ଇତିହାସର ସବୁଠାରୁ ବଡ଼ କ୍ଷତି । କିନ୍ତୁ ଏହି କ୍ଷତି ୯୮ ମସିହା ଠାରୁ ବଳିଯିବା ନେଇ କହିଛନ୍ତି ଅର୍ଥନୀତିଜ୍ଞ । ବିଶେଷକରି ଯଦି ଦେଖିବା ଋଷ ଅର୍ଥନିତି କହିଲେ ତୈଳ ଓ ଗ୍ୟାସକୁ ବୁଝାଏ । ୟୁକ୍ରେନକୁ ସମର୍ଥନ କରି ଋଷ ବିରୋଧରେ ୟୁରୋପୀୟ ଦେଶ ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି । ଫଳରେ ବ୍ରିଟେନ ଓ ଆମେରିକା ଋଷ ମାର୍କେଟରୁ ତେଲ ନକିଣିବା ନେଇ ଘୋଷଣା କରିଛନ୍ତି । ଯଦି ୟୁରୋପୀୟ ରାଷ୍ଟ୍ର ଋଷ ସହ ଏହି କଟକଣା ଜାରି ରଖନ୍ତି, ତେବେ ଋଷ ଆର୍ଥିକ ଅବ୍ୟବସ୍ଥା ୧୦୦ ବର୍ଷ ପଛକୁ ନେଇଯିବ ବୋଲି ଅନୁମାନ କରିଛନ୍ତି ଫାଇନେସିଆଲ ଏକ୍ସପର୍ଟ ।
ସୋଭିଏତ ଋଷର ବିଭାଜନ ପରେ ଆର୍ଥିକ ସଙ୍କଟ ଶୀର୍ଷରେ ରହିଥିଲା । ଯାହାର ନେତୃତ୍ୱ ନେଇଥିଲେ ରାଷ୍ଚ୍ରପତି ବ୍ଲାଦିମିର ପୁତିନ । ପୁତିନଙ୍କ ସଫଳ ନିଷ୍ପତ୍ତି ହିଁ ସେତେବେଳେ ଋଷିଆକୁ ଆର୍ଥିକ ସଙ୍କଟରୁ ମୁକୁଳାଇବାରେ ସହାୟକ ହୋଇଥିଲା । କାରଣ ପୁତିନ ହେଉଛନ୍ତି ଋଷର ଶ୍ରେଷ୍ଠ ଧନୀ ।ଋଷର ଧାତବ ଶିଳ୍ପ କମ୍ପାନୀ ନୋରିଲ୍ସକ ନିକେଲର ଅଧ୍ୟକ୍ଷ ଏବଂ ସବୁଠାରୁ ବଡ଼ ଅଂଶୀଦାର ହେଉଛନ୍ତି ପୁତିନ । ଦେଶରେ ଦେଖାଯାଉଥିବା ଆର୍ଥିକ ସଂକଟକୁ ଭଲସେ ବୁଝିଛନ୍ତି ପୁତିନ । ପୁତିନ ଏକଥା ମଧ୍ୟ କହିଛନ୍ତି କି, ଯଦି ଋଷ ପାଶ୍ଚାତ୍ୟ କମ୍ପାନୀ ଏବଂ ନିବେଶକଙ୍କ ପାଇଁ ଦ୍ୱାର ବନ୍ଦ କରେ, ତେବେ ୧୯୧୭ ମସିହାର ବିପ୍ଲବ ପୁଣି ଥରେ ପହଁଚିଯିବ । କିନ୍ତୁ ଋଷ ଏବଂ ୟୁରୋପୀୟ ରାଷ୍ଟ୍ରର ଭିତରେ ଦେଖାଯାଇଥିବା ବୃହତ ବିବାଦର ପରିଣାମ ଭୟଙ୍କର ହେବ । ଋଷର ଇଜଭେଷ୍ଟିଆର ରିପୋର୍ଟ ମୁତାବିକ ପ୍ରାୟ ୫୯ କମ୍ପାନୀ ଏବେ ଋଷ ଛାଡିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ବାସ୍ତବରେ ଯଦି ଋଷରେ ଏହି ସ୍ଥିତି ଜାରି ରହେ ତେବେ ସତ ହେବ ଅର୍ଥନୀତିଜ୍ଞଙ୍କ ଅନୁମାନ । ୧୦୦ ବର୍ଷ ପଛକୁ ଚାଲିଯିବ ଋଷିଆ ।