ଷଣ୍ଢକୁ ବଞ୍ଚାଇବାକୁ ଯାଇ ଜଳିଗଲା ଚଳନ୍ତା କାର

ଆଠଗଡ଼: ଚଳନ୍ତା କାରରେ ଲାଗିଲା ନିଆଁ । କଟକ ଟାଙ୍ଗୀ ୧୬ ନମ୍ବର ଜାତୀୟ ରାଜପଥ ସରଦୋଳା ନିକଟରେ ଏକ କାର୍ରେ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଛି । ସୋରରୁ କଟକ ଆସୁଥିବା ବେଳେ ସରଦଳା ନିକଟରେ କାରଟିରେ ନିଆଁ ଲାଗିଯାଇଥିଲା । ସୂଚନା ଅନୁଯାୟୀ ଏକ ଷଣ୍ଢକୁ ବଞ୍ଚାଇବାକୁ ଯାଇ ବ୍ରେକ୍ ମାରିବା ପରେ କାରଟିରେ ନିଆଁ ଲାଗି ଯାଇଥିଲା ।
ନିଆଁ ଲାଗିବ ପରେ କାରରେ ଯାଉଥିବା ୩ଜଣ ଯାତ୍ରୀ ଜୀବନ ବିକଳରେ ବାହାରକୁ ଚାଲିଆସିଥିଲେ । ଖବର ପାଇ ଟାଙ୍ଗୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲା । ତେବେ କାରଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିବା ବେଳେ କୌଣସି ଜୀବନ ହାନି ହୋଇନାହିଁ ।