ବରଗଡ଼: ବରଗଡ଼ ଜିଲ୍ଲା ତୋରା ଗାଁର ଗୋବିନ୍ଦ କୁମ୍ଭାରଙ୍କ ମୃତ୍ୟୁକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରବଳ ଉତ୍ତେଜନା। ଅପ୍ରିତିକର ସ୍ଥିତିକୁ ଏଡାଇବାକୁ ଯାଇ ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।
ସୂଚନା ଅନୁଯାୟୀ, ଗତକାଲି ରାତିରେ କୌଣସି ଏକ ଘଟଣାକୁ ନେଇ ତୋରା ଗାଁର ଗୋବିନ୍ଦଙ୍କୁ ପୋଲିସ ପଚରାଉଚରା ପାଇଁ ଟାଉନ ଥାନାକୁ ନେଇଥିଲା । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ମେଡିକାଲ୍ ପରିସରରେ ଉତ୍ତେଜନା ଦେଖାଦେଇଥିଲା ।
ତେବେ ପୋଲିସ ମାଡ଼ରେ ଗୋବିନ୍ଦଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି।

