ବୌଦ୍ଧ ପରିବହନ କାର୍ଯ୍ୟାଳୟ ଆଗରେ ବାଜା ବଜାଇ ଖୁସି ମନାଇଲେ ବିଭନ୍ନ ସଂଗଠନ

1 min read

ବୌଦ୍ଧ: ଭିଜିଲାନ୍ସ ଜାଲରେ ବୌଦ୍ଧ RTO । ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲାରେ ବସନ୍ତ ମହାପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏହି ପରିପ୍ରେକ୍ଷୀରେ ବୌଦ୍ଧ ପରିବହନ କାର୍ଯ୍ୟାଳୟ ଆଗରେ ବାଜା ବଜାଇ ଖୁସି ମନେଇଛନ୍ତି ବିଭିନ୍ନ ସଂଗଠନ । ଆରଟିଓଙ୍କ ନାଁରେ ରହିଛି କୋଟି କୋଟି ଟଙ୍କାର ସଂପତ୍ତି । ବସନ୍ତ ମହାପାତ୍ର ବୌଦ୍ଧକୁ ଆସିବା ଦିନ ଠାରୁ ତାଙ୍କୁ ବଦଳି କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ ଅନେକ ସଂଗଠନ । କାରଣ ଜିଲ୍ଲାରେ RTO ବାବୁଙ୍କର ଚାଲିଥିଲା ତାଲିବାନି ଶାସନ । ତେବେ ଗତକାଲି RTOଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ଜିଲ୍ଲାର ବିଭିନ୍ନ ସଂଗଠନ ଖୁସି ବ୍ୟକ୍ତ କରିଛନ୍ତି । ସ୍ଥିତି ଏଭଳି ହୋଇଛି ଜିଲ୍ଲାର ଡ୍ରାଇଭର ସଂଘ ଓ ସାମାଜିକ ସୁରକ୍ଷା ପରିଷଦ ପରିବହନ କାର୍ଯ୍ୟାଳୟ ବାଜା ବଜାଇ ନିଜ ଖୁସି ଜାହିର କରିଛନ୍ତି ।