ଲବଲିନାଙ୍କ ଗ୍ଲୋଭ୍ସ ପାଇଁ ୧.୯ କୋଟି ଏବଂ ନୀରଜଙ୍କ ଜାଭେଲିନ ପାଇଁ ୧.୬ କୋଟି

1 min read

ନୂଆଦିଲ୍ଲୀ: ଶୁକ୍ରବାର  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଜନ୍ମଦିନ ଉପଲକ୍ଷେ ସ୍ମୃତି ସ୍ୱରୂପ ଉପହାର ଦିଆଯାଇଥିବା ଇ-ନିଲାମୀକୁ ଜବରଦସ୍ତ ପ୍ରତିକ୍ରିୟା ମିଳିଛି । ପ୍ରଥମ ଦିନରେ ୧୦ କୋଟିଟଙ୍କାରୁ ଅଧିକର ନିଲାମି ଡକାଯାଇଛି । ନିଲାମୀର ପ୍ରଥମ ଦିନରେ ଯେଉଁଭଳି ଭାବେ  ୧୦ କୋଟି ପର୍ଯ୍ୟନ୍ତ ନିଲାମୀ ଡକାଯାଇଛି ତାହା ଆଗାମୀ ୧୯ ଦିନରେ ଅଧିକ ବଢିବ ବୋଲି ଆଶା କରାଯାଉଛି ।

ନିକଟରେ ଜନ୍ମଦିନ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଲମ୍ପିକ୍ସ ପଦକ ବିଜେତା ନିଜ ବ୍ୟବହୃତ କ୍ରୀଡା ସାମଗ୍ରୀ ଉପହାର ଭାବେ ଦେଇଥିଲେ । ଯାହାର ନିଲାମ ଡକାଯାଇଛି । ପ୍ରଥମ ଦିନରେ ୧୧ଟି ସାମଗ୍ରୀର ନିଲାମୀ ଡକା ଯାଇଥିଲା । ଯାହା ମଧ୍ୟରୁ  ମହିଳା ବକ୍ସର ଲବଲିନା ବୋର୍ଗଫେନଙ୍କ ଅଲମ୍ପିକ୍ କାଂସ୍ୟ ବିଜେତା ଗ୍ଲୋଭ୍ସ ଦୁଇଟି ପ୍ରତି ଅଧିକ ଆଗ୍ରହ ପରିଲକ୍ଷିତ ହୋଇଥିଲା । ଗ୍ଲୋଭସର ବେସ୍ ପ୍ରାଇସ୍ ୮୦ ଲକ୍ଷ ଧାର୍ଯ୍ୟ ହୋଇଥିବା ବେଳେ ଶୁକ୍ରବାର ସଂନ୍ଧ୍ୟା ସୁଦ୍ଧା ସର୍ବାଧିକ ୧.୯୨ କୋଟି ଟଙ୍କାରେ ବୋଲି ଲଗାଯାଇଛି । ଏହାପରେ ସବୁଠାରୁ ଅଧିକ ବୋଲି ଲାଗିଥିଲା ନୀରଜ ଚୋପ୍ରାଙ୍କ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଜାଭେଲିନ୍ ।  । ନିଲାମି ପାଇଁ ଏହାର ବେସ୍ ପ୍ରାଇସ୍ ୧ କୋଟି ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ ଶୁକ୍ରବାର ସୁଦ୍ଧା ୧.୫୫ କୋଟି ପର୍ଯ୍ୟନ୍ତ ବୋଲି ଲଗାଯାଇଛି ।

ପାରା ଅଲମ୍ପିକ୍ ବିଶ୍ୱ ବିଜେତା  ସୁମିତ ଏଣ୍ଟିଲଙ୍କ ଜାଭେଲିନ୍ ବୋଲିର ଧାର୍ଯ୍ୟ ମୂଲ୍ୟ ଥିଲା ୧ କୋଟି । ଯାହା ନିରଜ ଚୋପ୍ରାଙ୍କ ଜାଭେଲିନ ବୋଲି ମୂଲ୍ୟର ପ୍ରାୟ ପାଖାପାଖି ରହିଛି । ଏହାପରେ ସର୍ବାଧିକ ବୋଲି ରହିଛି ମହିଳା ହକି ଦଳର କ୍ୟାପଟେନ ରାନୀଙ୍କ ଷ୍ଟିକ୍ । ଯାହାର ମୂଲ୍ୟ  ୮୦ ଲକ୍ଷ ଧାର୍ଯ୍ୟ ହୋଇଥିଲା , କିନ୍ତୁ ଶୁକ୍ରବାର ସଂନ୍ଧ୍ୟା ସୁଦ୍ଧା ମାତ୍ର ଗୋଟିଏ ଦିନରେ ୧ କୋଟି ୧୦୦ ଟଙ୍କା ବୋଲି ଡକା ଯାଇଥିଲା । ତେବେ ଏହି ସମସ୍ତ ଆୟ ନମାମି ଗାଙ୍ଗେ ପ୍ରକଳ୍ପକୁ ଯିବ ।

Leave a Reply