ରିଲିଜ୍ ହେଲା ସାଉଥ ଚଳଚ୍ଚିତ୍ର ଆରଆରଆରର ଟ୍ରେଲର

ରିଲିଜ୍ ହେଲା ବାହୁବଳୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସଏସ ରାଜମୈାଲୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଆରଆରଆରର ଟ୍ରେଲର । ଦେଶଭକ୍ତି ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ଜବରଦସ୍ତ ଆକ୍ସନ ରହିଥିବା ବେଳେ ବନ୍ଧୁତାର ନିଚ୍ଛକ ଉଦାହରଣ ସହ ବନ୍ଧୁତାରେ ବେଇମାନୀ ମଧ୍ୟ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ର ଏକ ସତ ଘଟଣା ଉପରେ ଆଧାରିତ ଥିବାବେଳେ ଏହା ଅଲ୍ଲୁରୀ ସୀତାରାମ ରାଜୁ ଏବଂ କୋମାରାମ ଭୀମ ନାମକ ଦୁଇ ଦେଶଭକ୍ତଙ୍କ ବୀରତ୍ୱ ଉପରେ ପର୍ଯ୍ୟବେସିତ । ଚଳଚ୍ଚିତ୍ର ନିର୍ମାଣରେ ୪୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ରାଜମୈାଲୀ ସୂଚନା ଦେଇଛନ୍ତି ।

ସାଉଥର ସୁପରଷ୍ଟାର ରାମଚରଣ ଏବଂ ଜୁନିୟର ଏନଟିଆର ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ରାମଚରଣ ସ୍ୱାଧୀନତା ସଂଗ୍ରମୀ ଅଲ୍ଲୁରୀ ସୀତାରାମ ରାଜୁ ଚରିତ୍ରରେ ଥିବାବେଳେ ଜୁନିୟର ଏନଟିଆର କୋମାରାମ ଭୀମଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ରିପୋର୍ଟ ଅନୁସାରେ, ଅଲ୍ଲୁରୀ ସୀତାରାମ ରାଜୁ ୧୮୫୭ ମସିହା ବିଶାଖାପାଟଣାରେ ଜନ୍ମଗ୍ରହଣ କରିଥିଲେ । ସଂସାରର ମୋହମାୟା ତ୍ୟାଗ କରି କେବଳ ୧୮ ବର୍ଷ ବୟସରେ ହିଁ ସନ୍ୟାସୀ ହୋଇଯାଇଥିଲେ । ଖୁବ୍ କମ୍ ବୟସରେ ସେ ଅନେକ ଦେଶ ଭ୍ରମଣ କରିସାରିଥିଲେ । ଏହି ସମୟରେ ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ପ୍ରେରିତ ହୋଇଥିଲେ ଏବଂ ତାଙ୍କ ବିଚାରଧାରାକୁ ଅନୁସରଣ କରିଥିଲେ ।

କୋମାରାମ ଭୀମଙ୍କ ଜନ୍ମ ୧୯୦୦ ମସିହା ଶଙ୍ଖପଲ୍ଲୀର ଆଦିଲାବାଦଠାରେ ହୋଇଥିଲା । କୋମାରାମ ଗଣ୍ଡ ସମାଜର ହୋଇଥିବା ବେଳେ ଦେଶ ପାଇଁ ଜୀବନ ଦେବାକୁ ସେ ପଛାଇନଥିଲେ । ଅଲ୍ଲୁରୀ ସୀତାରାମ ରାଜୁ ଏବଂ କୋମାରାମ ଭୀମ ଉଭୟେ ନିଜ ଜୀବନ ଦେଶ ପାଇଁ ଉତ୍ସର୍ଗ କରିଥିଲେ । ଉଭୟ ବୀରଙ୍କ ଜୀବନ କାହାଣୀ ଉପରେ ପର୍ଯ୍ୟବେସିତ ଆରଆରଆର ନାମକ ଏହି ଚଳଚ୍ଚିତ୍ର ଜାନୁଆରୀ ୭ରେ ବଡ଼ ପରଦାରେ ଦେଖିବାକୁ ମିଳିବ ।

 

Leave a Reply