ସୋମବାର ୧୭ କୋଟି କଲେକ୍ସନ, ୫ଶହ କୋଟି ମୁହାଁ RRR ଟ୍ରେଣ୍ଡ୍

1 min read

ନନ୍ଦିଘୋଷ ବ୍ୟୁରୋ: ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ  । ଟ୍ରେଲଲରୁ ଆରମ୍ଭ ହୋଇଥିଲା ଟ୍ରେଣ୍ଡ  । ଫିଲ୍ମ ରିଲିଜ ପୂର୍ବରୁ  ଧମାକାଦାର ଟ୍ରିଜର ହିଁ ସ୍ପଷ୍ଟ କରିସାରିଥିଲା ବଜେଟ ବିଷୟରେ  । ଆମେ କହୁଛୁ  ବାହୁବଳୀ ରେକର୍ଡ ବ୍ରେକ କରିବାକୁ ଯାଉଥିବା RRR ଫିଲ୍ମ ବିଷୟରେ  । ଯେବେଠୁ ହଲରେ ଫିଲ୍ମ ଏଣ୍ଟ୍ରି କରିଛି  । ସେବେଠୁ ଗହଳି କମିନି  । ଅର୍ଥାତ ପ୍ରତିଦିନ ହାଉସଫୁଲ ହଲ  । ଏସଏସ ରାଜାମୌଲୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଜୁନିୟର ଏନଟିଆର ଓ ରାମଚରଣଙ୍କ ଚମତ୍କାର ଅଭିନୟ ଏବଂ ଷ୍ଟାଇଲିସ୍ ଫାଇଟିଂ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି  ।

ହିନ୍ଦୀ ବ୍ୟତୀତ ଅନ୍ୟାନ ଭାଷାରେ ମଧ୍ୟ ମୁକ୍ତିଲାଭ କରିଛି RRR  । ଫିଲ୍ମ ଓପିନିଂ ଡେରେ ୱାର୍ଲ୍ଡ ଓ୍ୱାଇଡ୍ ୨୦୦କୋଟିର କଲେକ୍ସନ କରିଥିଲା । ଏବେ ସେହି ଅନୁସାରେ ଆରଆରଆର ୫୦୦କୋଟି କଲେକ୍ସନ କରିବାର ଲକ୍ଷ୍ୟ ରଖିଛି । ତୃତୀୟ ଦିନ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଫିଲ୍ମ ପାଖାପାଖି ୨୦କୋଟିର ବିଜନେସ କରିଛି । ରାଜାମୌଲୀଙ୍କ ଏହି ଫିଲ୍ମ କେବଳ ତେଲୁଗୁ ଭାଷାରେ ଏବେ ପର୍ଯ୍ୟନ୍ତ ପାଖାପାଖି ୧୨୬ କୋଟିରୁ ଅଧିକ ଟଙ୍କା  ଆୟ କରିସାରିଛି । ୨୫ମାର୍ଚ୍ଚରେ ରିଲିଜ ହୋଇଥିବା ଏହି ଫିଲ୍ମ ପ୍ରଥମ ଦିନ ୭୪.୧୧ ଏବଂ ଦ୍ବିତୀୟ ଦିନ ୩୧.୬୩କୋଟିର ଆୟ କରିଛି ।

ସେହିପରି ଯଦି ଦେଖାଯାଏ ତେବେ କେବଳ ହିନ୍ଦୀ ଭାଷାରେ ‘RRR’ କ୍ରମାଗତ 3 ଦିନରେ 100 କୋଟିରୁ ଅଧିକ ବ୍ୟବସାୟ କରିଛି  । ତରଣ ଆଦର୍ଶ ଅନ୍ୟ ଏକ ପୋଷ୍ଟରେ କହିଛନ୍ତି ଯେ ‘ଆରଆରଆର’ର ହିନ୍ଦୀ ସଂସ୍କରଣ ଭାରତରେ ତୃତୀୟ ଦିନରେ 31.50 କୋଟିରୁ ଅଧିକ କଲେକ୍ସନ କରିଛି। ମିଳିଥିବା ଖବର ମୁତାବକ ସୋମବାର ଆରଆରଆର ୧୭ କୋଟି ଟଙ୍କାର ବିଜନେସ କରିଛି  । ତେବେ ଫିଲ୍ମର କ୍ରେଜ କହୁଛି ଆଗକୁ ମଧ୍ୟ ଜାରି ରହିବ ଏହି କଲେକ୍ସନ ଟ୍ରେଣ୍ଡ  ।