ବ୍ଲୁମବର୍ଗ -୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜରେ ଷ୍ଟିଲ ସିଟି

1 min read

ରାଉରକେଲା: ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ରାଉରକେଲାର ସଫଳତା । ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜରେ ସ୍ଥାନ ପାଇଛି ଷ୍ଟିଲ ସିଟି ରାଉରକେଲା । ବିଶ୍ୱର ୧୫ଟି ସହର ଭିତରେ ସ୍ଥାନ ପାଇଛି ରାଉରକେଲା  । ଭାରତର ଏକ ମାତ୍ର ସହର ଭାବେ ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ପାଇଛି ରାଉରକେଲା । ୧ ନିୟୁତ ଡଲାର ପାଇବା ପାଇଁ ଯୋଗ୍ୟତା ଅର୍ଜନ କରିଛି ରାଉରକେଲା । ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଏକ ଅଭିନବ ପ୍ରକଳ୍ପ ଉପସ୍ଥାପନ କରି ଅନ୍ତର୍ଜାତୀୟ ସ୍ତରରେ ସ୍ୱତନ୍ତ୍ର ନାଁ କରିଛି ଷ୍ଟିଲ ସିଟି ।  ବିଶ୍ୱର ୯୯ ଦେଶ ଓ ୬୩୦ ପ୍ରସ୍ତାବ ଭିତରେ ଚୂଡ଼ାନ୍ତ ପର୍ଯ୍ୟାୟରେ ଭାରତର ଦୁଇ ପ୍ରମୁଖ ସହର ରାଉରକେଲା ଓ ପୁନେ ସ୍ଥାନ ପାଇଥିଲେ । ତେବେ ୫୦ଟି ପ୍ରମୁଖ ସହର ମଧ୍ୟରୁ ନିଜର ଉତ୍ତମ କାର୍ଯ୍ୟଦକ୍ଷତା ଉପସ୍ଥାପନ କରି ରାଉରକେଲା ଭାରତର ଏକ ମାତ୍ର ସହର ବିଶ୍ୱର ପ୍ରମୁଖ ୧୫ଟି ସହର ମଧ୍ୟରେ ସ୍ଥାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି । ବ୍ଲୁମବର୍ଗ ପକ୍ଷରୁ ରାଉରକେଲାକୁ ୧ ନିୟୁତ ଡଲାର ପୁରସ୍କାର ରାଶି ମିଳିବା ସହିତ ବିଭିନ୍ନ ସ୍ତରରେ ବୈଷୟିକ ସହଯୋଗ ଏବଂ ପରାମର୍ଶ ମଧ୍ୟ ଯୋଗାଇ ଦିଆଯିବ ।

ରାଉରକେଲା ମହାନଗର ନିଗମ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଅନୁଯାୟୀ ପରୀକ୍ଷାମୂଳକ ଭାବେ ସହରର ଛେଣ୍ଡ ସ୍ଥିତ ଭିଏସଏସ ମାର୍କେଟଠାରେ ଶୀତଳଭଣ୍ଡାର ସ୍ଥାପନ କରାଯାଇଛି । ଫଳରେ ଚାଷୀ, ଛୋଟ ଛୋଟ ପରିବା ଏବଂ ଫଳ ବ୍ୟବସାୟୀମାନେ ନିଜ ସାମଗ୍ରୀର ସଂରକ୍ଷଣ କରିପାରିବା ସହ ଅପଚୟ ରୋକା ଯାଇପାରିଛି । କରୋନା ମହାମାରୀ ଭଳି ପରିସ୍ଥିତିରେ ଲୋକଙ୍କ ଦୁଆର ମୁହଁରେ ତାଜା ପନିପରିବା ଓ ଫଳ ପହଞ୍ଚାଇବା କାମ ହୋଇପାରୁଛି  । ଏ ସମସ୍ତ କାର୍ଯ୍ୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପରିଚାଳନା କରୁଛନ୍ତି । ଏହା ଦ୍ୱାରା ସେମାନଙ୍କ ଜୀବନଶୈଳୀରେ ମଧ୍ୟ ଉନ୍ନତି ହୋଇଛି । ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି କୃଷି ଷ୍ଟାର୍ଟଅପ୍ କୋଏଲ ଫ୍ରେସ ସହଯୋଗ କରିଥିଲା । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଗତ ବର୍ଷ ଜୁନ ମାସରେ ହୋଇଥିଲା ।

 

Leave a Reply