ମାଟିରେ ମିଶିବ ୫୦ ବର୍ଷର ଭିଟାମାଟି, ବାସ ହରାଇବେ ରାଉରକେଲା ବସ୍ତି ବାସିନ୍ଦା

ନନ୍ଦିଘୋଷ ବ୍ୟୁରୋ: ଭିଟାମାଟି ଛାଡ଼ିବେ ରାଉରକେଲା ସହରର ବିଭିନ୍ନ ବସ୍ତିରେ ଗତ ୫୦ ଵର୍ଷ ହେଲା ବସବାସ କରି ଆସୁଥିବା ଵସ୍ତି ବାସିନ୍ଦା । ରେଳ ଵିଭାଗ ପକ୍ଷରୁ ଆରମ୍ଭ ହୋଇଛି ଉଚ୍ଛେଦ କାର୍ଯ୍ଯ । ତେବେ ବସ୍ତି ବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଯୋଗାଇ ଦେଵା ପରେ ଉଛେଦ କରିବା ପାଇଁ ବିଜୁ ଜନତା ଦଳ ଓ ରାଉରକେଲା ବିଧାୟକ ଦାବି କରିବା ପରେ ଉଛେଦ କାର୍ଯ୍ୟ ସ୍ଥଗିତ ରଖାଯାଇଛି । ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବା ପରେ ଵସ୍ତି ଉଛେଦ କରିବା ପାଇଁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ରେଲୱେ ଡିଆରଏମଙ୍କୁ ଚିଠି କରି ଅନୁରୋଧ କରିଛନ୍ତି ।

ମାଟିରେ ମିଶିବ ୫୦ ବର୍ଷର ଭିଟାମାଟି । ବାସ ହରାଇବେ ରାଉରକେଲା ବସ୍ତି ବାସିନ୍ଦା । ରେଳ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଉଚ୍ଛେଦ କାମ । ତେବେ ରାଉରକେଲା ସହରରେ ନୁଆ ରେଳ ଲାଇନ ନିର୍ମାଣ କରିବା ପାଇଁ ଵସ୍ତି ବାସିନ୍ଦାଙ୍କୁ ଥଇଥାନ ନକରି ଆରମ୍ଭ ହୋଇଥିବା ଵସ୍ତି ଉଛେଦ କାର୍ଯ୍ୟକୁ ବିରୋଧ କରାଯାଇଛି । ରାସହରର ବନ୍ଧମୁଣ୍ଡା ଠାରୁ ପାନପୋଷ ପର୍ଯ୍ୟନ୍ତ ନୁଆ ରେଳ ଲାଇନ ନିର୍ମାଣ କାର୍ଯ୍ୟ କରିବା ପାଇଁ ୮ ଶହ ଵସ୍ତି ବାସିନ୍ଦାଙ୍କ ଘର ଭାଙ୍ଗିବା ପାଇଁ ରେଲୱେ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇ ଘର ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ଥଇଥାନ କରିବା ପରେ ଵସ୍ତି ଉଛେଦ କରିବା ପାଇଁ ରାଉରକେଲା ବିଧାୟକ ଓ ଵିଜୁ ଜନତା ଦଳ ପକ୍ଷରୁ ଦାବି କରାଯାଇ ଆନ୍ଦୋଳନ କରାଯିବା ପରେ ଉଚ୍ଛେଦ କାମ ସ୍ଥଗିତ ରହିଛି । ଜୋର ଜବରଦସ୍ତ ଭାଙ୍ଗିବା ଅପେକ୍ଷା ଥଇଥାନ କରି ଵସ୍ତି ଉଛେଦ କରିବା ପାଇଁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଚକ୍ରଧରପୁର ରେଲୱେ ଡିଆରଏମଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

ଉଚ୍ଛେଦ ହେଵାକୁ ଥିବା ୮ ଶହ ବସ୍ତି ବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଯୋଗାଇ ଦେବା ଦାବି ହୋଇଛି । ବାସଗୃହ ଯୋଗାଇ ନଦେଇ ଜୋର ଜବରଦସ୍ତ ଉଛେଦ କରାଗଲେ ତିବ୍ର ବିରୋଧ କରାଯିଵ ବୋଲି ରାଉରକେଲା ବିଧାୟକ ଚେତାବନୀ ଦେଇଛନ୍ତି । ବସ୍ତିରେ ଵହୁ ଗରିଵ ଓ ଶ୍ରମିକ ଶ୍ରେଣୀର ଲୋକ ବସବାସ କରୁଥିବାରୁ ସେମାନଙ୍କ ଥଇଥାନ ଜରୁରୀ ବୋଲି କହିଛନ୍ତି ଶ୍ରମିକ ନେତା।

ରାଉରକେଲା ସହର ଦେଇ ନୁଆ ରେଳ ଲାଇନ ନିର୍ମାଣ କାର୍ଯ୍ୟକୁ କେହି ଵିରୋଧ କରୁନାହାନ୍ତି । କିନ୍ତୁ ଉଚ୍ଛେଦ ହେଲେ ୫୦ ବର୍ଷ ଧରି ରହିଆସୁଥିବା ବସ୍ତି ବାସିନ୍ଦା କେଉଁଠି ରହିବେ ବୋଲି ପ୍ରଶ୍ନ କରିଛନ୍ତି ଲୋକେ ।