କ୍ରିକେଟ ପ୍ରେମୀଙ୍କୁ ବଡ଼ ଝଟକା: T-20 ଫର୍ମାଟରୁ ରୋହିତ ଓ ବିରାଟ କୋହଲିଙ୍କ ଅବସର ଘୋଷଣା

1 min read

ନନ୍ଦିଘୋଷ ବ୍ୟୁରୋ: ବିଶ୍ୱକପ୍ ବିଜୟ ପରେ ଟି-ଟ୍ବେଣ୍ଟି ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ବିରାଟ କୋହଲି ଓ ରୋହିତ ଶର୍ମା । ଫାଇନାଲ ମ୍ୟାଚ ଜିତିବା ପରେ ଉଭୟ ଖେଳାଳି ଏହି ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଏହା ମୋର ଶେଷ ବିଶ୍ୱକପ୍ ବୋଲି କିଙ୍ଗ୍ କୋହଲି କହିଥିବା ବେଳେ, ନୂଆ ଖେଳାଳିଙ୍କୁ ସୁଯୋଗ ଦେବାକୁ ଅବସର ନେଉଥିବା କହିଛନ୍ତି ଅଧିନାୟକ ରୋହିତ ଶର୍ମା । ସେ କହିଛନ୍ତି, ଟି-ଟ୍ବେଣ୍ଟିରୁ ନିଜ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିବା ବେଳେ ପ୍ରତ୍ୟେକ ମୁହୂର୍ତ୍ତରେ ଏହାକୁ ଉପଭୋଗ କରିଛନ୍ତି । ଟି-ଟ୍ବେଣ୍ଟି ଫର୍ମାଟରେ ଦଳକୁ ଚାମ୍ପିଅନ କରିବା ପରେ ଏହା ଅବସରର ସଠିକ୍ ସମୟ ବୋଲି କହିଛନ୍ତି ରୋହିତ ।

ସେହିପରି ରନ୍ ମେସିନ କୁହାଯାଉଥିବା ବିରାଟ କୋହଲି ୨୦୧୦ ମସିହାରୁ ଟି-ଟ୍ବେଣ୍ଟି ଫର୍ମାଟରେ ଡେବ୍ୟୁ କରିଥିବା ବେଳେ, ଆଉ ପଛକୁ ଫେରି ଚାହିଁନାହାନ୍ତି । ଏହି ଫର୍ମାଟରେ କୋହଲି ୧୨୫ଟି ମ୍ୟାଚ ଖେଳି ୪ ହଜାର ୧୮୮ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୩୮ଟି ଅଦ୍ଧଶତକ ରହିଛି । ପୂର୍ବରୁ ଟି-ଟ୍ବେଣ୍ଟି ବିଶ୍ୱକପରେ ବିରାଟ ୨୦୧୪ ଏବଂ ୨୦୧୬ ସଂସ୍କରଣରେ ପ୍ଲେୟାର ଅଫ୍ ଦ ଟୂର୍ଣ୍ଣାମେଣ୍ଟ ପୁରସ୍କାର ମଧ୍ୟ ପାଇଛନ୍ତି।

ସେହିପରି ଅଧିନାୟକ ରୋହିତ ଶର୍ମା ଟି-ଟ୍ବେଣ୍ଟି ଫର୍ମାଟରେ ୧୫୯ଟି ମ୍ୟାଚ ଖେଳି ୧୪୦.୮୯ ଷ୍ଟ୍ରାଇକ ରେଟରେ ୪ ହଜାର ୨୩୧ ରନ୍ ସଂଗ୍ରହ କରିଛନ୍ତି । ଏଥି ମଧ୍ୟରେ ୫ଟି ଶତକ ୩୨ଟି ଅଦ୍ଧଶତକୀୟ ପାରି ମଧ୍ୟ ସାମିଲ୍ ରହିଛି ।