ପଡ଼ିଆ ବାହାରର ହିରୋ: ରୋହିତ କହିଲେ ଏମାନଙ୍କ ପାଇଁ ଜିତିଲୁ ଟି-୨୦ ବିଶ୍ବକପ
1 min read
ନନ୍ଦିଘୋଷ ବ୍ୟୁରୋ: ୨୦୨୪ ଟି-୨୦ ବିଶ୍ବକପ ଜିତି ଦ୍ବିତୀୟଥର ଲାଗି ଭାରତ ଇତିହାସ ସୃଷ୍ଟି କରିଛି । ଭାରତୀୟ କ୍ରିକେଟ ଦଳର ଏଭଳି କିର୍ତ୍ତିମାନକୁ ସମସ୍ତେ ପ୍ରଂଶସା କରିଛନ୍ତି । ତେବେ ବିଜୟ ପଛରେ ୩ ଜଣ ହିରୋଙ୍କ ବଡ଼ ଅବଦାନ ରହିଥିବା କହିଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ସେ କହିଛନ୍ତି କି, ଆମେ ଖେଳୁଥିଲୁ କିନ୍ତୁ ଫିଲ୍ଡ ବାହାରେ ଥିବା ୩ ଜଣଙ୍କ ପ୍ରମୁଖ ଭୂମିକା ରହିଛି । ଯେଉଁ ମାନଙ୍କ ସହଯୋଗରେ ଆମେ ବିଶ୍ବକପ ଜିତାବରେ ସକ୍ଷମ ହୋଇଛି । ତେବେ ଏହି ତିନିଜଣ ହେଉଛନ୍ତି ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ, ବିସିସିଆଇ ସଚିବ ଜୟ ଶାହା ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର । ଏମାନଙ୍କ ବିନା ଆମେ ବିଶ୍ବକପ ଜିତିବା ସମ୍ଭବ ହୋଇନଥାନ୍ତା ବୋଲି ରୋହିତ କହିଛନ୍ତି । ଏହି ତିନିଜଣଙ୍କ ଅବଦାନ ବେଶ ଗୁରୁତ୍ବପୂର୍ଣ୍ଣ ରହିଥିବା କହିଛନ୍ତି ରୋହିତ ।