୧୬ ନମ୍ବର ଜାତୀୟ ରାଜପଥରେ ମାତିଲେ ଲୁଟେରା

ଟାଙ୍ଗୀ : ୧୬ ନମ୍ବର ଜାତୀୟ ରାଜପଥରେ ମାତିଲେ ଲୁଟେରା । ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଟ୍ୟାଙ୍କରରୁ ଲୁଟି ନେଲେ ଡିଜେଲ । ବିଳମ୍ବିତ ରାତିରେ ହୋଇଛି ଡିଜେଲ ତେଲ ଲୁଟ । ଖବର ପାଇ ଟାଙ୍ଗୀ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଗତ କାଲି ରାତିରେ କୋଲକତାରୁ ବିଶାଖାପାଟଣା ଯାଉଥିବା ଏକ ତେଲ ଟ୍ୟାଙ୍କର ଚାଳକ ଚଣ୍ଡେଶ୍ୱର ନିକଟରେ ଗାଡିକୁ ରାସ୍ତା କଡ଼ରେ ପାର୍କିଂ କରି ଶୋଇ ପଡ଼ିଥିଲେ। ସକାଳୁ ଉଠି ଗାଡି ଷ୍ଟାର୍ଟ ମାରିବା ବେଳକୁ ଗାଡି ଷ୍ଟାର୍ଟ ହୋଇନଥିଲା । ଗାଡ଼ିରୁ ଓହ୍ଲାଇ ଦେଖିବା ବେଳକୁ ଗାଡିରୁ ତେଲ ଚୋରୀ ହୋଇଥିବା ଦେଖିଥିଲେ ।  ଏନେଇ ଚାଳକ ଜଣଙ୍କ ଟାଙ୍ଗୀ ପୋଲିସରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରୁଛି । ଜାତୀୟ ରାଜପଥରେ ପେଟ୍ରୋଲିଙ୍ଗ କଡାକଡି କରିବାକୁ ଚାଳକ ମାନେ ଦାବି କରିଛନ୍ତି ।