ରାସ୍ତା ନିର୍ମାଣରେ ଅନିୟମିତତା, ଲାଗିନାହିଁ ବ୍ୟୟ ଅଟକଳ ଫଳକ
1 min readନନ୍ଦିଘୋଷ ବ୍ୟୁରୋ: ଗମନାଗମନ ସୁବିଧା ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଅର୍ଥ ଖର୍ଚ୍ଚ ହେଉଛି । ହେଲେ କିଛି ଅସାଧୁ ଅଧିକାରୀ ଓ ମୁନାଫାଖୋର ଠିକାଦାରଙ୍କ ପାଇଁ ଯୋଜନା ବାଟବଣା ହେଉଛି । ଏହିପରି ଭାବେ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ଅଧୀନରେ ଚାଲିଥିବା କଟକ ଜିଲ୍ଲା ନେମାଳ ତିଳକଣାଠାରୁ ତରିତୋ ପର୍ଯ୍ୟନ୍ତ ୧୦ କିଲୋମିଟର ରାସ୍ତା ନିର୍ମାଣ କାମ ନିମ୍ନମାନର ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । କାର୍ଯ୍ୟର ସଠିକ ତଦାରଖ ହେଉନଥିବା ବେଳେ ରାସ୍ତାର ସ୍ଥାୟୀତ୍ଵ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ରାସ୍ତା ନିର୍ମାଣରେ ଅନୀୟମିତତା । ରାସ୍ତା ନିର୍ମାଣ ପାଇଁ ଲାଗିନାହିଁ ବ୍ୟୟ ଅଟକଳ ଫଳକ। ଗୋଡ଼ି ଉପରେ ନାମକୁ ମାତ୍ର ଡଷ୍ଟ ଛିଞ୍ଚି ତରବରିଆ ଭାବେ ଚାଲିଛି ରାସ୍ତା କାମ । ଖାଲ ସ୍ଥାନରୁ ଜମିଥିବା ପାଣି ଡ୍ରେନ ନକରି ଢ଼ଲେଇ ପକାଯାଉଛି । କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ କଟକ ଜିଲ୍ଲା ନେମାଳ ତିଳକଣାଠାରୁ ତରିତୋ ପର୍ଯ୍ୟନ୍ତ ପ୍ରାୟ ୧୦ କିଲୋମିଟର ଲମ୍ଵ ରାସ୍ତା ନିର୍ମାଣ ହେଉଛି l ଏହି ରାସ୍ତା ଅଚ୍ୟୁତାନନ୍ଦ ପୀଠକୁ ସଂଯୋଗ କରୁଥିବାରୁ ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁ ଯାତାୟତ କରିଥାନ୍ତି । ଏହାସହିତ ମନ୍ତ୍ରୀ ବିଧାୟକଙ୍କଠାରୁ ଆରମ୍ଭ କରି ସରକାରୀ ଅଧିକାରୀ, ସାଧାରଣ ଜନତା ଓ ସ୍କୁଲ କଲେଜ ଛାତ୍ରଛାତ୍ରୀ ଯାତାୟତ କରିଥାନ୍ତି । ଠିକାଦାରଙ୍କ ମନମୁଖି କାର୍ଯ୍ୟ ପାଇଁ ରାସ୍ତାର ସ୍ଥାୟୀତ୍ଵ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଭିଯୋଗ କଲେ ମଧ୍ୟ କେହି ଶୁଣିନଥିବା କହିଛନ୍ତି ଗ୍ରାମବାସୀ ।
ଗମନାଗମନ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିଛି ଅସାଧୁ ବ୍ୟକ୍ତିଙ୍କ ପାଇଁ ବାସ୍ତବ କାର୍ଯ୍ୟ ଦିଗହରା ହେଉଛି l ଠିକାଦାର ଓ ଯନ୍ତ୍ରୀଙ୍କ ମଧ୍ୟରେ ସଲାସୁତାରାରେ କାର୍ଯ୍ୟ ନିମ୍ନ ମାନର ହେଉଥିବା ଅଭିଯୋଗ କରୁଛନ୍ତି ଗ୍ରାମବାସୀ l ଦୀର୍ଘ ବର୍ଷ ଧରି ଏହି ରାସ୍ତାଟି ଦୟନୀୟ ହୋଇପଡ଼ିଥିଲା । ବାରମ୍ବାର ଦାବି ପରେ ପୂର୍ବ ସରକାର ନୂତନ ରାସ୍ତା ପାଇଁ ଟଙ୍କା ମଞ୍ଜୁର କରିଥିଲେ । ପ୍ରାୟ ୨୨ କୋଟି ଟଙ୍କା ବ୍ୟୟ ଅଟକଳରେ ରାସ୍ତା କାମ ଆରମ୍ଭ ହୋଇଛି । ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତିରେ କାର୍ଯ୍ୟ ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ନିମ୍ନମାନର କାମ ପାଇଁ ରାସ୍ତାର ସ୍ତାୟୀତ୍ଵ ନେଇ ଉଠିଛି ପ୍ରଶ୍ନ । ତଦନ୍ତ କରି ସଠିକ ଢଙ୍ଗରେ କାର୍ଯ୍ୟ କରିବାକୁ ଦାବି ହୋଇଛି । ଏ ବାବଦରେ ଆମେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସନ୍ତୋଷ ଜନକ ଉତ୍ତର ମିଳିପାରିନାହିଁ ।