ବ୍ରିଜ ତଳକୁ ଖସିପଡିଲା ବରଯାତ୍ରୀ କାର, ୭ ଆହତ

ଜୟପୁର: ଜୟପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟମା  । ଉମୁରି ନିକଟରେ ଘଟିଛି ଏହି ସଡକ ଦୁର୍ଘଟଣା । ଜଗଦଲପୁର ଅଭିମୁଖେ ଯାଉଥିବା ବେଳେ ଜୟପୁର ଉମୁରି ବ୍ରିଜ ନିକଟରେ ଘଟିଛି ଘଟଣା । ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡିଛି କାର ।

ମିଳିଥିବା ସୂଚନା ମୁତାବକ କାରରେ 7 ଜଣ ଯାତ୍ରୀ ଥିବା ବେଳେ ସମସ୍ତେ ଆହତ ହୋଇଛନ୍ତି । ଖବର ପାଇ ସ୍ଥାନୀୟ ଲୋକେ ଏବଂ ପ୍ରଶାସନ ସମସ୍ତଙ୍କୁ ଉଦ୍ଧାର କରି ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି  ।  ସେମାନଙ୍କ ଚିକିତ୍ସା ଜାରି ରହିଛି  ।