ଜେଲରେ ରାତି କାଟିଲେ ରିୟା ଚକ୍ରବର୍ତ୍ତୀ, କିନ୍ତୁ ସିବିଆଇକୁ ମିଳିଲାନି ପ୍ରମାଣ

ନନ୍ଦିଘୋଷ ବ୍ୟୁରୋ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଜେଲକୁ ଯିବାକୁ ପଡ଼ିଥିଲା । ସେ ୨୭ ଦିନ ଜେଲରେ କାଟିଥିଲେ । ସୁଶାନ୍ତଙ୍କୁ ନିଶା ଯୋଗାଉଥିବା ଅଭିଯୋଗରେ ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା । ଏପରିକି ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ତାଙ୍କୁ ଖଳନାୟିକା ସଜା ଯାଇଥିଲା । ଗଣମାଧ୍ୟମ ହେଉ କି ସୋସିଆଲ ମିଡିଆ ସୁବଥିରେ ରିୟାଙ୍କୁ ଦୋଷୀ ବନାଯାଉଥିଲା । ମାତ୍ର ଦୀର୍ଘବର୍ଷ ପରେ ଏହି ଘଟଣାର କୌଣସି ପ୍ରମାଣ ମିଳିନାହିଁ । କୋର୍ଟରେ କ୍ଲୋଜର ରିପୋର୍ଟ ଦାଖଲ କରାଯାଇଛି । ଯେଉଁଥିରେ ସିବିଆଇ ପକ୍ଷରୁ କୁହାଯାଇଛି ଏହି ଘଟଣାରେ କୌଣସି ପ୍ରମାଣ ମିଳିନାହିଁ । ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଉଥିବା ଭଳି ସଙ୍ଗୀନ ଅଭିଯୋଗମାନ ଉଠିଥିଲା ସତ, କିନ୍ତୁ ଏହାର କୌଣସି ପ୍ରମାଣ ନଥିବା କହିଛି ସିବିଆଇ ।
କହି ରଖୁଛୁ କି, ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ସିବିଆଇ ଦୁଇଟି ମାମଲାରେ କୋର୍ଟରେ କ୍ଲୋଜର ରିପୋର୍ଟ ଦାଖଲ କରିଛି। ସିବିଆଇ ପାଟନାର ଏକ ସ୍ୱତନ୍ତ୍ର କୋର୍ଟରେ ଗୋଟିଏ କ୍ଲୋଜର ରିପୋର୍ଟ ଦାଖଲ କରିଥିବା ବେଳେ ଦ୍ୱିତୀୟ କ୍ଲୋଜର ରିପୋର୍ଟ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ଦାଖଲ କରାଯାଇଛି। ଏହି ମାମଲାଗୁଡ଼ିକ ମଧ୍ୟରୁ ଗୋଟିଏ ସୁଶାନ୍ତଙ୍କ ବାପା କେକେ ସିଂହ ରିଆଙ୍କ ବିରୋଧରେ ଦାୟର କରିଥିଲେ, ଯେତେବେଳେ ଦ୍ୱିତୀୟ ମାମଲା ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ ଅଭିନେତାଙ୍କ ଭଉଣୀମାନଙ୍କ ବିରୋଧରେ ଦାୟର କରିଥିଲେ। ଏବେ କୋର୍ଟ ନିଷ୍ପତ୍ତି ନେବେ ଯେ ସେ ଏହି ରିପୋର୍ଟକୁ ଗ୍ରହଣ କରିବେ ନା ଏଜେନ୍ସିକୁ ଅଧିକ ତଦନ୍ତ ଜାରି ରଖିବାକୁ ନିର୍ଦ୍ଦେଶ ଦେବେ।