୨୦୨୪ ଆଇପିଏଲ ଖେଳିବେ ତ? ଜାଣନ୍ତୁ କ’ଣ କହିଲେ ଋଷଭ ପନ୍ଥ

1 min read

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ଥ ଆହତ ହେବା କାରଣରୁ ଦୀର୍ଘଦିନ ହେବ ଟିମରୁ ବାହାରେ ଅଛନ୍ତି । ମଙ୍ଗଳବାର ଆଇପିଏଲ ୨୦୨୪ ପାଇଁ ନିଲାମୀ ହେବାକୁ ଥିବାବେଳେ ଋଷଭ ପନ୍ଥ ଚଳିତ ଆଇପିଏଲ ଖେଳିବେ କି ନାହିଁ? ତାକୁ ନେଇ ଅନେକ ଚର୍ଚ୍ଚା ହେଉଛି । ତେବେ ଏହାରି ଭିତରେ ଏକ ଭିଡିଓ ସାମନାକୁ ଆସିଛି । ଋଷଭ ପନ୍ଥ ଏହି ଭିଡିଓରେ କହିଛନ୍ତି କି, ସେ ଏବେ ସୁସ୍ଥ ଅଛନ୍ତି । ଆଇପିଏଲ ପାଇଁ କିଛି ମାସ ବାକି ଥିବାବେଳେ ସେ ଚଳିତ ଆଇପିଏଲ ଖେଳିପାରନ୍ତି । ସେ କହିଛନ୍ତି କି, ଯଦିଓ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନି ତଥାପି ପୁଣି ମଇଦାନକୁ ଫେରିବି । ଫ୍ୟାନ୍ସମାନେ ମୋତେ ବହୁତ ଭଲ ପାଆନ୍ତି । ସେମାନଙ୍କ ଭଲ ପାଇବା ମୋତେ ନୂଆ ଜୀବନ ଦେଇଛି । ମୁଁ କେବେ ଫେରିବି ତାକୁ ନେଇ ସମସ୍ତେ ମୋତେ ପଚାରୁଛନ୍ତି । ତେବେ ପନ୍ଥ ଆଇପିଏଲ ୨୦୨୪ରେ ଯଦି ଦଳକୁ ଫେରନ୍ତି ତାହେଲେ ସେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକଭାବେ ଖେଳିବେ ।