୪୫୫ ଦିନ ପରେ କ୍ରିକେଟ ମଇଦାନରେ ଋଷଭ ପନ୍ଥ, ଏହି ୨ ନିଷ୍ପତ୍ତି ପାଇଁ..

ନନ୍ଦିଘୋଷ ବ୍ୟୁରୋ: ଚାଲିଛି ଆଇପିଏଲ ମହାସମର । ଶନିବାର ୨ଟି ମ୍ୟାଚ ଅନୁଷ୍ଠିତ ହୋଇଛି । ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ ପଞ୍ଜାବ କିଙ୍ଗ୍ସକୁ ଭେଟୁଛି । ତେବେ ଏହି ମ୍ୟାଚରେ ନଜର ଆସିବେ ଋଷଭ ପନ୍ଥ । ଦୁର୍ଘଟଣା ପରେ ଦୀର୍ଘ ୪୫୫ ଦିନ ପରେ କ୍ରିକେଟ ମଇଦାନରେ ନଜର ଆସିଛନ୍ତି ପନ୍ଥ । ୩୦ ଡିସେମ୍ବର ୨୦୨୨ରେ ତାଙ୍କର କାର ଦୁର୍ଘଟଣା ଘଟିଥିବାବେଳେ କ୍ରିକେଟ ମଇଦାନରୁ ଦୂରେଇ ରହିଥିଲେ । ଫିଟନେସ ସାର୍ଟିଫିକେଟ ପାଇବା ପରେ ପୁଣିଥରେ ଆଇପିଏଲ ଟିମରେ ସ୍ଥାନ ପାଇଛନ୍ତି ପନ୍ଥ । ତେବେ ପ୍ରଥମ ମ୍ୟାଚରେ ଦୁଇଟି ଆଶ୍ଚର୍ଯ୍ୟକର ନିଷ୍ପତ୍ତି ନେଇଛନ୍ତି । ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବା ପାଇଁ ଦିଲ୍ଲୀ ନିଷ୍ପତ୍ତି ନେଇଛି । ପିଚକୁ ଦେଖି ସେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ । ଏହାସହ ୪ ଜଣ ବିଦେଶୀ ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ଦଳରେ ସ୍ଥାନ ଦେଇଛନ୍ତି । ଅନ୍ୟପଟେ ପୂର୍ବରୁ ପନ୍ଥ କେବଳ ବ୍ୟାଟିଂ କରିବା ପାଇଁ କହିଥିବାବେଳେ ଆଜି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ସେ କହିଛନ୍ତି କି, ଓ୍ବିକେଟ କିପିଂ କରିବେ ।