ରିଙ୍କୁ ମାରିଲେ ଛକା, ଷ୍ଟାର୍କଙ୍କୁ ନେଇ ଉଠିଲା ପ୍ରଶ୍ନ

1 min read

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲରେ ଅଧିକ ଟଙ୍କାରେ ବିକ୍ରି ହୋଇଥିବା ଖେଳାଳି ମିଚେଲ ଷ୍ଟାର୍କଙ୍କୁ ଧୋଇଲେ ରିଙ୍କୁ ସିଂ । ଅଭ୍ୟାସ ଜାରି ରଖିଥିବା କେକେଆର ଦୁଇଟି ଟିମ କରି ଅଭ୍ୟାସ ମ୍ୟାଚ ଖେଳୁଛି । ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ମିଚେଲ ଷ୍ଟାର୍କଙ୍କ ବଲକୁ ଏକ ବଡ଼ ଛକା ମାରିଛନ୍ତି ରିଙ୍କୁ । ଯାହାକୁ ୟୁଜର୍ସମାନେ ସେୟାର କରିବା ସହ ରିଙ୍କୁଙ୍କୁ ପ୍ରଶଂସା କରିଛନ୍ତି । ସେପଟେ ଷ୍ଟାର୍କ ୨୪ କୋଟି ୭୫ ଲକ୍ଷ ଟଙ୍କାରେ କିଣା ହୋଇଥିବାବେଳେ ରିଙ୍କୁ ମାତ୍ର ୫୫ ଲକ୍ଷ ଟଙ୍କାରେ କିଣା ହୋଇଛନ୍ତି । ଯାହାକୁ ନେଇ ଷ୍ଟାର୍କଙ୍କୁ ଟ୍ରୋଲ କରୁଥିବା ଦେଖିବାକୁ ମିଳିଛି ।

ରିଙ୍କୁ ସିଂ ଗତ ସିଜିନରେ ଦମଦାର ପ୍ରଦର୍ଶନ କରି କ୍ରିକେଟ ପ୍ରେମୀଙ୍କ ମନ ଜିଣିଛନ୍ତି । ତେବେ ଚଳିତ ସିଜିନରେ ମଧ୍ୟ ଦମଦାର ପ୍ରଦର୍ଶନ କରିା ସହ ଦଳକୁ ବିଜୟ କରିବେ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି । ଆସନ୍ତା ବର୍ଷକୁ ରିଙ୍କୁ ଅଧିକ ଟଙ୍କାରେ ବିକ୍ରି ହେବେ ବୋଲି କୁହାଯାଉଛି ।