ଟାଓ୍ୱାର ଭାଙ୍ଗିବା ମାମଲା, ହାଇକୋର୍ଟ ଗଲା ରିଲାଏନ୍ସ ଜିଓ

ନୂଆଦିଲ୍ଲୀ: କୃଷି ବିଲକୁ ନେଇ ଦୀର୍ଘ ଦିନ ଧରି ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ଚାଷୀ ସଙ୍ଗଠନ । ଦିନକୁ ଦିନ ଏହି ଆନ୍ଦୋଳନ ଉଗ୍ର ରୂପ ନେଉଥିବା ବେଳେ ପଞ୍ଜାବରେ ବିକ୍ଷୋଭକାରୀ ମାନେ ରିଲାଏନ୍ସ ଜିଓର ଅନେକ ଟାଓ୍ୱାରକୁ ଭଙ୍ଗାରୁଜା କରିଛନ୍ତି । ଯାହା ବିରୋଧରେ ହାଇକୋର୍ଟ ଯାଇଛି ରିଲାଏନ୍ସ ଜିଓ ।

ଯଦିଓ ଏଭଳି ନକରିବାକୁ ପଞ୍ଜାବ ସରକାର ନିବେଦନ କରିଥିଲେ, ତଥାପି କୃଷକ ମାନଙ୍କ ଉପରେ ଏହାର କୗେଶସି ପ୍ରଭାବ ପଡିନଥିଲା । ଏବେ ଏହି ମାମଲାରେ ରିଲାଏନ୍ସ ହାଇକୋର୍ଟର ଶରଣ ପଶିଥିବା ବେଳେ ସରକାର ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ଅପିଲ୍ କରିଛି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ନିଜ ସବସିଡାରୀ କମ୍ପାନୀ ରିଲାଏନ୍ସ ଜିଓ ଇନଫୋକମ୍ ଲି. ଜରିଆରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଏକ ଯାଚିକା ଦାୟର କରିଛି । ଭଙ୍ଗାରୁଜା ଭଳି ବେଆଇନ୍ ଘଟଣାକୁ ରୋକିବା ତଥା ଏହି ମାମଲାରେ ସରକାର ହସ୍ତକ୍ଷେପ କରନ୍ତୁ ବୋଲି ଯାଚିକାରେ ଦର୍ଶାଯାଇଛି ।

Leave a Reply