spot_img

Latest Posts

ଦୀପିକା ପାଦୁକୋନଙ୍କୁ ପଛରେ ପକାଇ ମୋଷ୍ଟ ଡିଜାୟରେବଲ୍ ମହିଳା ୨୦୨୦ ତାଲିକା ଶୀର୍ଷରେ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ : ‘ଟାଇମ୍ସ ୫୦ ମୋଷ୍ଟ ଡିଜାୟରେବଲ୍ ମହିଳା ୨୦୨୦ ତାଲିକାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଶୀର୍ଷରେ ଉଲ୍ଲେଖ କରାଯାଇଛି । ରିୟା ଏହି ତାଲିକାରେ ଦିଶା ପଟାନୀ, ଦୀପିକା ପାଦୁକୋନ, କ୍ୟାଟ୍ରିନା କୈଫଙ୍କ ଭଳି ଅଭିନେତ୍ରୀଙ୍କୁ ପଛରେ ପକାଇଛନ୍ତି । କିନ୍ତୁ ୟୁଜରମାନେ ଏହି ତାଲିକାକୁ ବିଶ୍ୱାସ ନକରି ସୋସିଆଲ ମିଡିଆରେ ରିୟାଙ୍କୁ ଟ୍ରୋଲ୍ କରି ମେମ୍ ସେୟାର କରୁଛନ୍ତି ।

ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପରିବାର ଅଭିନେତାଙ୍କ ମୃତ୍ୟୁ ପାଇଁ ତାଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ଦାୟୀ କରିଥିଲେ। ଏହି ପ୍ରସଙ୍ଗରେ ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ରିୟାଙ୍କୁ ମଧ୍ୟ ଅନେକ ପ୍ରଶ୍ନ କରାଯାଇଥିଲା। ଯଦିଓ ସୁଶାନ୍ତଙ୍କ ମୃତ୍ୟୁର ସତ୍ୟତା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ, ତଥାପି ଫ୍ୟାନ୍ସମାନେ ରିୟାଙ୍କୁ ଏପର୍ଯ୍ୟନ୍ତ କ୍ଲିନ୍ ଚିଟ୍ ମଧ୍ୟ ଦେଇନାହାଁନ୍ତି । ଟାଇମ୍ସର ଏହି ତାଲିକା ଆସିବା ପରେ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ଫ୍ୟାନ୍ସମାନଙ୍କ କ୍ରୋଧ ବଢି ଚାଲିଛି। ଜଣେ ୟୁଜର୍ ଟ୍ୱିଟ୍ କରି ଲେଖିଛନ୍ତି, ‘ମୁଁ ବହୁତ ଆଶ୍ଚର୍ଯ୍ୟ… ଏହାକୁ କିଏ ଡିଜାୟର କରିଛି … ଏହା କି ପ୍ରକାର ପରିହାସ ?

ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି, ରିୟା ଚକ୍ରବର୍ତ୍ତୀ ଟ୍ରେଣ୍ଡ କରୁଛନ୍ତି। ଯେତେବେଳେ ମୁଁ ଏହାକୁ ଦେଖିଲି ମୋର ପ୍ରତିକ୍ରିୟା ଏହିପରି ଥିଲା ।

ତେବେ ଏହି ସମୟରେ ସୋସିଆଲ ମିଡିଆରେ ରିୟା ଚକ୍ରବର୍ତ୍ତୀଙ୍କୁ ଟ୍ରୋଲ୍ କରାଯାଉଛି। ରିୟାଙ୍କ ପରେ ଏହି ତାଲିକାରେ ଦ୍ୱିତୀୟ ରନର୍ ଅପ୍ ହେଉଛନ୍ତି ଆଡଲିନ୍ କାଷ୍ଟେଲିନୋ ଏବଂ ଅଭିନେତ୍ରୀ ଦିଶା ପାଟାନି ତୃତୀୟ ସ୍ଥାନରେ । ଏହା ପରେ ୪ ନମ୍ବରରେ କିଆରା ଆଡଭାନୀ, ୫ ନମ୍ବରରେ ଦୀପିକା ପାଦୁକୋନ, ୬ ନମ୍ବରରେ କ୍ୟାଟ୍ରିନା କୈଫ୍, ୭ ନମ୍ବରରେ ଜ୍ୟାକଲିନ୍, ୮ ନମ୍ବରରେ ଅନୁପ୍ରିଆ ଗୋଏଙ୍କା, ୯ ନମ୍ବରରେ ରୁହି ସିଂ ଏବଂ ଦଶମ ସ୍ଥାନରେ ଅବରୁତି ​​ଚୌଧୁରୀ ରହିଛନ୍ତି ।

Latest Posts

Don't Miss