ରାଜ୍ୟ ବାହାରେ ଫସିଥିବା ଓଡ଼ିଆଙ୍କ ସ୍ଥିତି ନେଇ ସମୀକ୍ଷା

ଭୁବନେଶ୍ୱର: କରୋନା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଯୋଗୁ ଓଡ଼ିଶାର ପ୍ରାୟ ଦେଢ଼ଲକ୍ଷ ଲୋକ ରାଜ୍ୟ ବାହାରେ ଫସି ରହିଛନ୍ତି । ସେମାନଙ୍କ ପାଇଁ ରହିବା ଓ ଖାଦ୍ୟ ପାନୀୟ ବ୍ୟବସ୍ଥା କରାଯାଉଛି । ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ଗୃହ ସଚିବ ଏହି ସୂଚନା ଦେଇଛନ୍ତି । ଏହା ମଧ୍ୟରେ ରାଜ୍ୟ କଣ୍ଟ୍ରୋଲ ରୁମ୍‌କୁ ବିଭିନ୍ନ ସ୍ଥାନରୁ ୫ ହଜାରରୁ ଅଧିକ କଲ୍‌ ଆସିଛି । ସର୍ବାଧିକ ଲୋକ ଦିଲ୍ଲୀ, ଦିଲ୍ଲୀ ଏନ୍‌ସିଆର୍‌, ଗୁଜରାଟ ଓ ମୁମ୍ବାଇରେ ଫସି ରହିଛନ୍ତି ।

୪୦ ହଜାରରୁ ଅଧିକ ଲୋକଙ୍କ ପାଖରେ ପ୍ରଶାସନ ପହଞ୍ଚି ସାରିଛି । ସମସ୍ୟାର ସମାଧାନ ପାଇଁ ଜାରି ରହିଛି ପ୍ରଶାସନର ଉଦ୍ୟମ । ବିଭିନ୍ନ ରାଜ୍ୟର ଦାୟିତ୍ୱରେ ଥିବା ନୋଡାଲ ଅଫିସରମାନେ ସ୍ଥିତି ସଂପର୍କରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଉଛନ୍ତି । ରିପୋର୍ଟ ଅନୁସାରେ ରାଜ୍ୟ ସରକାର ପଦକ୍ଷେପ ନିଆଯାଉଥିବା ଗୃହ ସଚିବ କହିଛନ୍ତି ।

କରୋନା ବିରୋଧରେ ନବୀନଙ୍କ ପଦକ୍ଷେପକୁ ଜାତୀୟ ଗଣମାଧ୍ୟମର ପ୍ରଶଂସା

Leave a Reply