ରେଭେନ୍ସା ବିଶ୍ଵବିଦ୍ୟାଳୟ ନାମ ପରିବର୍ତ୍ତନ ପ୍ରସଙ୍ଗ,  କ୍ଯାମ୍ପସରେ ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ

ନନ୍ଦିଘୋଷ ବ୍ୟୁରୋ: ରେଭେନ୍ସା ବିଶ୍ଵବିଦ୍ୟାଳୟ ନାମ ପରିବର୍ତ୍ତନ ବିବାଦ। ଅନ୍ଧକାର ହେଲା ରେଭେନ୍ସା ବିଶ୍ୱବିଦ୍ୟାଳୟ। ୟୁନିଭର୍ସିଟି ନାମ ପରିବର୍ତ୍ତନକୁ ନେଇ ଘନେଇଲା ବିବାଦ। ପୁରାତନ ଛାତ୍ର ଓ ବିଭିନ୍ନ ଛାତ୍ର ସଙ୍ଗଠନ ପକ୍ଷରୁ ବିଶ୍ୱବିଦ୍ୟାଳୟରେ ମସାଲ ଶୋଭାଯାତ୍ରା ସମୟରେ ମୁହାଁମୁହିଁ ହେଲେ ଏବିଭିପି ଓ ଅନ୍ୟାନ୍ୟ ଛାତ୍ର ସଗଠନ। ନିୟମ ଅନୁସାରେ ସନ୍ଧ୍ୟା ୬ଟା ପରେ ବାହାର ଲୋକ ପ୍ରବେଶ ନିଷେଧ ଥିଲେ ସୁଦ୍ଧା ଅଣଛାତ୍ର ପ୍ରବେଶକୁ ବାରଣ କରି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ବୁଝାସୁଝା କରିବା ପରେ ଶାନ୍ତ ପଡିଥିଲେ ଛାତ୍ର। ତେବେ ରେଭେନ୍ସା ନାଁ ପରିବର୍ତ୍ତନ ପ୍ରସଙ୍ଗରେ ସେଭ ରେଭେନ୍ସା ଲିଗାସି ଫୋରମ ପକ୍ଷରୁ ରେଭେନ୍ସା କ୍ୟାମ୍ପସରେ ବିଶାଳ ମଶାଲ ଶୋଭାଯାତ୍ରା କରାଯାଇଥିଲା। ନାଁ ପରିବର୍ତ୍ତନ ବୟାନକୁ ବିରୋଧ କରି ଶତାଧିକ ପୂର୍ବତନ ଓ ବର୍ତ୍ତମାନର ରେଭେନ୍ସା ଛାତ୍ରଛାତ୍ରୀ ମଶାଲ ଧରି କ୍ୟାମ୍ପସରୁ ବାହାରି ରାଣୀହାଟ ଛକରୁ କଲେଜ ଛକ ପର୍ଯ୍ୟନ୍ତ ପରିକ୍ରମା କରିଥିଲେ। ତେବେ ଆନ୍ଦୋଳନ ନିଆଁରେ ଜଲୁଛି ରେଭେନ୍ସା। ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉକ୍ତି ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ବିରୋଧ ଜାରି ରହିଛି। ବିଭିନ୍ନ  ଛାତ୍ରସଙ୍ଘ ପକ୍ଷରୁ ବିରୋଧ ପ୍ରକ୍ରିୟା ଜାରି ରହିଛି। ସେହିପରି ବିଶ୍ୱବିଦ୍ୟାଳୟ ପାଠ ପଡ଼ୁଥୁବା ଛାତ୍ରଛାତ୍ରୀମାନେ ମଧ୍ୟ ଏହାକୁ ତୀବ୍ର ବିରୋଧ କରିଥିଲେ। ଓଡ଼ିଆ ସ୍ଵତନ୍ତ୍ର ପ୍ରଦେଶ ଗଠନ , ସ୍ୱାଧୀନତା ସଂଗ୍ରାମ ଓ ଓଡ଼ିଆ ଜାତି ର ଇତିହାସ ସହ ଜଡିତ ରହିଛି ଏହି ବିଶ୍ୱବିଦ୍ୟାଳୟ । ରେଭେନ୍ସାକୁ ଜଣେ ବ୍ୟକ୍ତି ହିସାବରେ ଦେଖୁଛନ୍ତି କେନ୍ଦ୍ରମନ୍ତ୍ରୀ । କିନ୍ତୁ ଏହା ଅନୁଷ୍ଠାନ। ଯାହା କେବେବି ଗ୍ରହଣୀୟ ନୁହେଁ। ଏହି ବିଶ୍ୱବିଦ୍ୟାଳୟ ଆମ ରାଜ୍ୟ ଦେଶ ପାଇଁ ଅନେକ ବ୍ୟକ୍ତିତ୍ବ ନିର୍ମାଣ କରିଛି। ତେଣୁ ଏହି କଥା କୁ ଫେରେଇ ନେବା ପାଇଁ କହିଛନ୍ତି ଆନ୍ଦୋଳନରତ ଛାତ୍ର।