RRR କୁ Gay Love Story କହିଲେ ଓସ୍କାର ପୁରସ୍କାର ବିଜେତା

1 min read

ନୂଆଦିଲ୍ଲୀ: ଚଳିତବର୍ଷ ଫିଲ୍ମ RRR ଭାରତ ସମେତ ଭାରତ ବାହାରେ ସୁପର ଡୁପର ହିଟ୍ ସାବ୍ୟସ୍ତ ହୋଇଛି । ହଲକୁ ଆସିବା ଦିନଠୁ ଫିଲ୍ମ ପ୍ରେମୀଙ୍କୁ କିମିଆ କରି ରଖିଥିଲା ଏହି ଫିଲ୍ମ । ସମସ୍ତେ ଏହି ସିନେମାକୁ ପସନ୍ଦ କରିବା ସହ ସୁପରହିଟ୍ କରାଇଥିଲେ । ସବୁଠି ଚର୍ଚ୍ଚା ଏବଂ ସଫଳତା ସାଉଁଟିଥିବା ଏହି ଫିଲ୍ମକୁ ନେଇ ଏକ ବିବାଦୀୟ ଘଟଣା ସମ୍ନାକୁ ଆସିଛି । ଜଣେ ଓସ୍କାର ବିଜେତା ଏହି ଫିଲ୍ମକୁ ନେଇ ଏକ ବିବାଦୀୟ ଟ୍ବିଟ୍ କରିଛନ୍ତି ।

ଓସ୍କାର ବିଜେତା ତଥା ସାଉଣ୍ଡ ଡିଜାଇନର୍ ରସୁଲ ପୋକୁଟ୍ଟୀ କହିଛନ୍ତି ଆରଆରଆର ହେଉଛି, ଗେ’ ମାନଙ୍କ ପ୍ରେମ କାହାଣୀ । ସେ ଟ୍ବିଟରରେ ଲେଖିଛନ୍ତି,  Gay Love Story… । ଏହା କହିବା ପରେ RRR ଫ୍ୟାନଙ୍କୁ ଶକ୍ତ ଧକ୍କା ଲାଗିଛି । ସାଉଥ ଅଭିନେତା ରାମଚରଣ ଓ ଜୁନିଅର ଏନଟିଆରଙ୍କ ଫ୍ୟାନମାନେ ଏନେଇ ନିରାଶ ହୋଇଛନ୍ତି । ସେ କେବଳ ଏତିକି କଥା କହିନାହାନ୍ତି  ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ବି ଏକ ପ୍ରପ୍ ବା ବସ୍ତୁ ରୂପେ ଫିଲ୍ମରେ ବ୍ୟବହାର କରାଯାଇଥିବା କହିଛନ୍ତି ।

 

ଜଣେ ଓସ୍କାର ବିଜେତାଙ୍କ ଏଭଳି ମନ୍ତବ୍ୟକୁ ନେଇ ଏବେ ଚାରିଆରେ ଚର୍ଚ୍ଚା ହେଉଛି । RRR ଫ୍ୟାନମାନେ ତାଙ୍କ ଉପରେ କ୍ରୋଧିତ ହୋଇ ଉଠିଛନ୍ତି । ଜଣେ ଓସ୍କାର ବିଜେତା ଏପରି କହିବେ ବୋଲି ଫ୍ୟାନମାନେ ବିଲକୁଲ ଆଶା କରି ନଥିଲେ । ଏ ନେଇ ଫ୍ୟାନମାନେ ତାଙ୍କୁ ନିନ୍ଦା କରିଛନ୍ତି ।

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ନିକଟରେ RRR ହଲିଉଡ କ୍ରିଟିକ୍ସ ଆସୋସିଏସନ ୨୦୨୨ର ସେକେଣ୍ଡ ବେଷ୍ଟ ଫିଲ୍ମ ଆଓ୍ବାର୍ଡ ହାସଲ କରିଛି । ବାହୁବଲୀ ଫେମ୍ ଏସଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିଲା ଏହି ଫିଲ୍ମ । ବଡ଼ ବଜେଟରେ ତିଆରି ହୋଇଥିବା ଏହି ଫିଲ୍ମ ସ୍ବାଧୀନତା ସଂଗ୍ରାମୀଙ୍କ ଏକ କାଳ୍ପନିକ କାହାଣୀ ଉପରେ ଆଧାରିତ ଥିଲା ।