spot_img

Latest Posts

ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ଦେହରେ ବାଜିଲା ଗୁଳି

କିଭ୍: ୟୁକ୍ରେନରେ ଚାଲିଛି ଘମାଘଟ ଲଢେଇ । ରୁଷର ଆକ୍ରମଣରେ ଏପର୍ଯ୍ୟନ୍ତ ସୁଦ୍ଧା ୟୁକ୍ରେନର ୧୦ରୁ ଅଧିକ ସହର ନଷ୍ଟ ହୋଇଯାଇଛି । ୟୁକ୍ରେନର ବିଭିନ୍ନ ସହରରୁ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାର ଅପରେସନ୍ ଗଙ୍ଗା ଚଳାଉଛନ୍ତି । ସୂଚନା ଅନୁଯାୟୀ ଶୁକ୍ରବାର ସକାଳେ କିଭରେ ଆଉ ଜଣେ ଭାରତୀୟ ଛାତ୍ରଙ୍କଠାରେ ଗୁଳି ବାଜିଛି । ଛାତ୍ର ଭାରତକୁ ଫେରୁଥିବା ବେଳେ ଗୁଳି ବାଜିଥିବା ନେଇ କୁହାଯାଉଛି । ଏଭଳି ପରିସ୍ଥିତିରେ ଛାତ୍ରଙ୍କୁ ଚିକିତ୍ସା ପାଇଁ ପୁଣି କିଭକୁ ଫେରିବାକୁ ପଡିଛି । ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ୧୫୦୦ ୟୁକ୍ରେନୀୟ ଆହତ ହୋଇଛନ୍ତି।

ପୋଲାଣ୍ଡରେ ଉପସ୍ଥିତ କେନ୍ଦ୍ର ରାଜ୍ୟମନ୍ତ୍ରୀ ଭି.କେ ସିଂ କହିଛନ୍ତି ଯେ କିବ୍‌ରୁ ପୋଲାଣ୍ଡ ସୀମାକୁ ଯାଉଥିବା ବେଳେ ଛାତ୍ରଙ୍କ ଦେହରେ ଗୁଳି ବାଜିଛି ।  ଆହତ ଛାତ୍ରଙ୍କୁ କିବ୍‌ ଫେରାଇ ନିଆଯାଇଛି । ରାଜଧାନୀ କିବର ଏକ ହସ୍ପିଟାଲରେ ଆହତ ଛାତ୍ରଙ୍କ ଚିକିତ୍ସା ଚାଲିଛି । ତେବେ ଆହତ ଛାତ୍ରଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିପାରିନାହିଁ । ଆମେ ଅଧିକରୁ ଅଧିକ ଭାରତୀୟ ଛାତ୍ରଙ୍କୁ ଦେଶକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛୁ ।

Russia Ukraine War One Indian Student Dead In Kharkiv

ଏହାପୂର୍ବରୁ ବୁଧବାର ଦିନ ୟୁକ୍ରେନରେ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା, ସେ ପଞ୍ଜାବର ବାସିନ୍ଦା ଥିଲେ। ତା ପୂର୍ବ ଦିନ ଅର୍ଥାତ୍ ମଙ୍ଗଳବାର ଦିନ କର୍ଣ୍ଣାଟକର ବାସିନ୍ଦା ଖାର୍କିଭରେ ଜଣେ ଭାରତୀୟ ଛାତ୍ର ପ୍ରାଣ ହରାଇଥିଲେ।

Latest Posts

Don't Miss