ଦିଲ୍ଲୀରେ BSF ଯବାନ ଆନିସଙ୍କ ପରିବାରକୁ ଭେଟି ଓଡ଼ିଶା ସରକାରଙ୍କ ସହାୟତା ରାଶି ପ୍ରଦାନ କଲେ ଆବାସିକ କମିଶନର

1 min read

ନୂଆଦିଲ୍ଲୀ : ଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶାର ସ୍ୱତନ୍ତ୍ର ଆବାସିକ କମିଶନର ରବିକାନ୍ତ BSF ଯବାନ ମହମ୍ମଦ ଆନିସଙ୍କ ପରିବାର ବର୍ଗଙ୍କୁ ଦିଲ୍ଲୀରେ ସାକ୍ଷାତ କରିଛନ୍ତି । ଆଜି ଯବାନଙ୍କ ପରିବାର ଲୋକଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିବା ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଦେଇଛନ୍ତି ।

ଦିଲ୍ଲୀ ହିଂସାରେ ଯବାନଙ୍କ ଘର ପୋଡ଼ି ଘଟଣା, ୧୦ ଲକ୍ଷ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଗତକାଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ BSF ଯବାନ ମହମ୍ମଦ ଆନୀସଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲେ । ଦିଲ୍ଲୀ ହିଂସାରେ ଆନିସଙ୍କର ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଆନିସ୍ ଏବେ ମାଲକାନଗିରିର ମାଓ ଅଞ୍ଚଳରେ କାର୍ଯ୍ୟ କରୁଛନ୍ତି । ବିଏସଏଫ ୯ମ ବାଟାଲିୟନର ଯବାନ ମହମ୍ମଦ ଆନିସ ଓଡ଼ିଶାରେ ଦୀର୍ଘଦିନ ହେବ କାର୍ଯ୍ୟ କରୁଛନ୍ତି ।  ଦିଲ୍ଲୀ ହିଂସାରେ ତାଙ୍କ ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହାପରେ ସରକାର ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ।

ଦିଲ୍ଲୀ ହିଂସାରେ ପ୍ରଭାବିତ ହୋଇଥିବା ଓଡ଼ିଆ ଲୋକଙ୍କୁ ମଧ୍ୟ ସହାୟତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ସେମାନଙ୍କ ପରିବାରକୁ ମଧ୍ୟ ସହାୟତା ଯୋଗାଇ ଦିଆଯାଇଛି ।

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.