ରିଜର୍ଭେସନ୍ କାଉଣ୍ଟର ଓ ସିଏସସିରେ ସଂରକ୍ଷିତ ଟିକେଟ୍ ବୁକିଂ ସୁବିଧା

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଆଉ ଏକ ଖୁସି ଖବର । ଆଜିଠାରୁ ଆଇଆରସିଟିସି ୱେବସାଇଟ ଓ ଆପ୍ ମାଧ୍ୟମରେ ଅନଲାଇନ୍ ଟିକେଟ୍ ବୁକିଂ ଆରମ୍ଭ ହୋଇଛି । ଆସନ୍ତାକାଲି ଠାରୁ ରିଜର୍ଭେସନ୍ କାଉଣ୍ଟରରେ ମଧ୍ୟ ଟିକେଟ୍ ବୁକିଂ କରିହେବ । ରେଲୱେ ରିଜର୍ଭେସନ୍ କାଉଣ୍ଟର ସହ କମନ୍ ସର୍ଭିସ୍ ସେଣ୍ଟର୍ସରେ ଟିକେଟ୍ ବୁକିଂ କରି ହେବ । ଏନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଦେଶରେ ଜୁନ୍ ପହିଲାରୁ ଯାତ୍ରୀବାହୀ ଟ୍ରେନ୍ ସେବା ଆରମ୍ଭ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ୨୦୦ଟି ଟ୍ରେନ୍ ଚାଲିବ । ଏଥିପାଇଁ ଟିକେଟ୍ ବୁକିଂ ଆରମ୍ଭ ହୋଇଛି । ତେବେ, କେଉଁ ଷ୍ଟେସନରେ କେତୋଟି ରିଜର୍ଭେସନ୍ କାଉଣ୍ଟର ଖୋଲା ରହିବ ତାହା ଜୋନାଲ ରେଲୱେ ନିଷ୍ପତ୍ତି ନେବ ।

ତେବେ, ଟ୍ରେନ୍ ଯାତ୍ରାବେଳେ କେତେକ ନିୟମ ମାନିବାକୁ ପଡ଼ିବ । ବିଶେଷକରି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବେ । ଅସୁସ୍ଥ ବ୍ୟକ୍ତି ଟ୍ରେନରେ ଯାତ୍ରା କରିପାରିବେ ନାହିଁ । ୱେଟିଂ ଲିଷ୍ଟରେ ଥିବା ଯାତ୍ରୀଙ୍କୁ ଯାତ୍ରା ଅନୁମତି ମିଳିବ ନାହିଁ । ଯାତ୍ରା ପୂର୍ବରୁ ସମସ୍ତ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ ।

୨୦୦ ନୂଆ ଟ୍ରେନ୍ : ରିଜର୍ଭେସନ୍ କରାଇବାକୁ ଚାହୁଁଛନ୍ତି କି ? ପ୍ରଥମେ ଜାଣି ନିଅନ୍ତୁ ଟିକେଟ୍ ବୁକିଂ ଓ ଯାତ୍ରାର ୧୦ ନିୟମ

Leave a Reply