ବୋରଓ୍ବେଲରେ ଥିବା ରାହୁଲକୁ ଦେଖିଲେ ଉଦ୍ଧାରକାରୀ ଦଳ

ଚମ୍ପା: ବୋରଓ୍ବେଲରୁ ବାହାରୁଛି ରାହୁଲ । ସଫଳ ହେଲା ଅପରେସନ ଜିନ୍ଦେଗୀ । ରାହୁଲକୁ ଦେଖିଲେ ଉଦ୍ଧାରକାରୀ ଦଳ । ରାହୁଲକୁ ଆଣିବାକୁ ଟନେଲ ଭିତରକୁ ଗଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ଷ୍ଟ୍ରାଟ ମୁଡରେ ରହିଛି । ରାହୁଲକୁ ଟନେଲରୁ ଆଣିବା ମାତ୍ରେ ମେଡିକାଲ ନିଆଯିବ । ମେଡିକାଲ ଟିମ୍ ପ୍ରସ୍ତୁତ ହୋଇ ରହିଛନ୍ତି । ରାହୁଲକୁ ଦେଖିବାକୁ ଟନେଲ ବାହାରେ ହଜାର ହଜାର ଲୋକଙ୍କ ଭିଡ ଜମିଛି । ଭିଡ ନିୟନ୍ତ୍ରଣ କରିବାକୁ ପୋଲିସ ମୁତୟନ ହୋଇଛି ।

ସୁଡ଼ଙ୍ଗ ଭିତରକୁ ଅକ୍ସିଜେନ ସିଲିଣ୍ଡର ଓ ଷ୍ଟ୍ରେଚର ପଠାଯାଇଥିଲା । ରାହୁଲକୁ ମେଡିକାଲ ନେବା ପାଇଁ ଗ୍ରୀନ କରିଡର ତିଆରି କରାଯାଇଛି । ରାସ୍ତାରେ ପଡୁଥିବା ସମସ୍ତ ମେଡିକାଲକୁ ହାଇ ଆଲର୍ଟରେ ରଖାଯାଇଛି । ବିଳାସପୁରର ଆପୋଲ ହସ୍ପିଟାଲକୁ ରାହୁଲକୁ ନିଆଯିବାକୁ ବ୍ୟବସ୍ଥା କରାଯାଇଛି । ତେବେ ବାଟରେ ନେବା ବେଳେ ରାହୁଲର ସ୍ବାସ୍ଥ୍ୟରେ ଅବତି ଘଟିରେ ଆଖପାଖରେ ଥିବା ମେଡିକାଲରେ ଭର୍ତ୍ତି କରାଯିବାକୁ ଯୋଜନା କରାଯିବା ସହ ଏହି ରୁଟର ସମସ୍ତ ମେଡିକାଲକୁ ଆଲର୍ଟରେ ରଖାଯାଇଛି ।

ଗତ ଶୁକ୍ରବାରରୁ ବୋରଓ୍ବେଲରେ ଫସିଥିବା ରାହୁଲର ସ୍ବାସ୍ଥ୍ୟାବସ୍ଥାରେ କିଛିଟା ଅବନତି ଘଟିଛି । ଦୀର୍ଘ ସମୟ ହେଲା ରାହୁଲ କିଛି ଖାଇନାହିଁ । ତେବେ ରାହୁଲ ବିପଦ ମୁକ୍ତ ଥିବା ତା’ ଉପରେ ନଜର ରଖିଥିବା ଡାକ୍ତରୀ ଟିମ୍ କହିଛନ୍ତି । ସ୍ବାସ୍ଥ୍ୟାବସ୍ଥାରେ ଅବନତି ଆଶଙ୍କାରେ ରାହୁଲ ପାଖକୁ ତରଳ ଔଷଧ ପଠାଯାଇଛି ।

ରାହୁଲ ଉଦ୍ଧାରରେ ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ସହ ସେନା ସେନା ସାମିଲ ହୋଇଛି । ସେନା ସାମିଲ ହେବା ପରେ ଉଦ୍ଧାର କାର୍ଯ୍ୟ ଅଧିକ ତ୍ବରାନ୍ବିତ ହୋଇଥିବା ଦେଖିବାକୁ ମିଳିଥିଲା ।

ରାହୁଲକୁ ଉଦ୍ଧାର କରିବା ପାଇଁ ପ୍ରାୟ ୬୫ ଫୁଟର ଟନେଲ ଖୋଳାଯିବା ପରେ ଏକ ବିରାଟ ପଥର ପଡିଥିଲା । ଯାହାକୁ କାଟି ରାହୁଲ ପାଖକୁ ଯିବା କଷ୍ଟକର ହୋଇଥିଲା । ପଥର ସେପଟେ ରାହୁଲ ଥିବାରୁ ଏହାକୁ ବିସ୍ଫୋରଣରେ ମଧ୍ୟ ଉଡାଇବା ସମ୍ଭବ ନଥିଲା । ଏମିତି ସ୍ଥିତିରେ ଉଦ୍ଧାରକାରୀ ଦଳ ପଥରକୁ ଗ୍ୟାସ କଟର ଓ ସେଣି, ହାତୁଡିରେ କାଟି ଆଗକୁ ବଢିଥିଲେ । ରାହୁଲଠାରୁ ୪ରୁ ୫ ଫୁଟ୍ ଦୂରରୁ ମେସିନରେ ସୁଡ଼ଙ୍ଗ କରିବା ବନ୍ଦ କରାଯାଇ ହାତରେ ଖୋଳା ଯାଉଛି ।