ଜାନୁଆରୀ ୨୪ ପରିବର୍ତ୍ତେ ୨୩ରୁ ଆରମ୍ଭ ହେବ ସାଧାରଣତନ୍ତ୍ର ଦିବସ ଉତ୍ସବ

ନୂଆଦିଲ୍ଲୀ: ଏଣିକି ଜାନୁଆରୀ ୨୩ରୁ ଆରମ୍ଭ ହେବ ସାଧାରଣତନ୍ତ୍ର ଦିବସ ସମାରୋହ । ମହାନ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିବସରୁ ଏହି ସମାରୋହ ପର୍ବ ଆରମ୍ଭ ହେବ । ପୂର୍ବରୁ ଏହି ଉତ୍ସବ ଜାନୁଆରୀ ୨୪ ତାରିଖରୁ ଆରମ୍ଭ ହେଉଥିଲା । ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଦିବସକୁ ପରାକ୍ରମ ଦିବସ ଭାବେ ମଧ୍ୟ ପୂର୍ବରୁ ଘୋଷିତ ହୋଇଛି । କେନ୍ଦ୍ରର ନିଷ୍ପତ୍ତି ଅନୁସାରେ ଅଗଷ୍ଟ ୧୪କୁ ବିଭାଜନର ବିଭୀଷିକା ସ୍ମରଣ ଦିବସ, ଅକ୍ଟୋବର ୩୧କୁ ଜାତୀୟ ଏକତା ଦିବସ, ନଭେମ୍ବର ୧୫କୁ ଜନଜାତି ଗୌରବ ଦିବସ, ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଓ ଡିସେମ୍ବର ୨୬କୁ ବୀର ବାଳ ଦିବସ ଭାବେ ପାଳନ କରିବାକୁ ଘୋଷଣା କରାଯାଇଛି । ନେତାଜୀଙ୍କ ଜୀବନ ସଂଗ୍ରାମ ସହ ସମ୍ପର୍କ ଥିବା ବିଭିନ୍ନ ସ୍ମାରକୀଗୁଡିକୁ ଅଧିକ ଲୋକାଭିମୁଖୀ କରିବା ଲାଗି ମଧ୍ୟ ପଦକ୍ଷେପ ନିଆଯାଇଛି । ସୁଭାଷ ଚନ୍ଦ୍ର ବୋଷ ୧୮୯୭ ମସିହା ଜାନୁଆରୀ ୨୩ରେ ଜନ୍ମଗ୍ରହଣ କରିଥିଲେ ।