ଅଲବିଦା ଦାଦା: ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ଦିଆଯିବ, ରାଜ୍ୟ ମର୍ଯ୍ୟାଦାର ସହ ସତ୍ୟନଗର ମଶାଣୀରେ କରାଯିବ ଶେଷକୃତ୍ୟ
1 min read
ଭୁବନେଶ୍ୱର: ଆରପାରିରେ ବିଶିଷ୍ଠ ଓଡ଼ିଆ କଳାକାର ବିଜୟ ମହାନ୍ତି । ୭୦ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ତାଙ୍କର ପରଲୋକ ହୋଇଛି । ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିବାରୁ ଚିକିତ୍ସାଧୀନ ଥିଲେ । ତେବେ କରୋନା କଟକଣା ମଧ୍ୟରେ ଆଜି ହେବ ତାଙ୍କର ସବ ସତ୍କାର । ରାଜ୍ୟରେ କରୋନା ସ୍ଥିତି ଲାଗି ରହିଥିବାରୁ କରୋନା କଟକଣା ମଧ୍ୟରେ ଶେଷ କାର୍ଯ୍ୟକୁ ସମ୍ପନ୍ନ କରାଯିବ । ତେବେ ରାଜ୍ୟ ମର୍ଯ୍ୟାଦା ସହ ବର୍ଷୀୟାନ ଅଭିନେତା ବିଜୟ ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ।

ବିଜୟଙ୍କ ମା ଓ ସମ୍ପର୍କୀୟ ବାଲେଶ୍ୱରରୁ ଭୁବନେଶ୍ୱର ଆସିଛନ୍ତି । ପରେ କରୋନା କଟକଣା ସହ ହସ୍ପିଟାଲରୁ ମର ଶରୀର ବିଜୟ ରହୁଥିବା ବମିଖାଲ ସ୍ଥିତ ବାସଭବନକୁ ନିଆଯିବ । ଆପାର୍ଟମେଣ୍ଟରେ ପଡୋଶୀ ଶେଷ ଦର୍ଶନ କରିବା ପରେ ସଙ୍ଗୀତ ମହାବିଦ୍ୟାଳୟକୁ ଶେଷ ଦର୍ଶନ ଲାଗି ନିଆଯିବ । ସେଠାରେ ତାଙ୍କ ସହଯୋଗୀ ଓ ଛାତ୍ରମାନେ ଶେଷ ଦର୍ଶନ କରିବେ । ପୂର୍ବାହ୍ନ ୧୧ରେ ବିଜୟ ମହାନ୍ତିଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ସତ୍ୟନଗର ମଶାଣୀରେ ଶେଷକୃତ୍ୟ ରାଜ୍ୟ ମର୍ଯ୍ୟାଦାର ସହ ସମ୍ପର୍ଣ୍ଣ କରାଯିବ ।

ଗତ ମେ ମାସରେ ହାଇଦ୍ରାବାଦରେ ହୃଦଘାତରେ ଶିକାର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା । ତାଙ୍କର ଦେହ ଧିରେ ଧିରେ ସୁସ୍ଥ ହେବା ପରେ ସେ ଓଡ଼ିଶା ଆସିବା ପାଇଁ ଯିଦ ଧରିଥିଲେ । ତେବେ ଓଡ଼ିଶା ଆସିବା ପରେ ସେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସ୍ୱାସ୍ଥ୍ୟାବସ୍ଥା ସୁଧୁରିବା ପରେ ତାଙ୍କୁ ଘରକୁ ନିଆଯାଇଥିଲା । ତେବେ ଗତ ରାତିରେ ତାଙ୍କ ପଲ୍ସରେଟ ଧିର ପଡ଼ିବାରୁ ତାଙ୍କ ଦେହ ଅସୁସ୍ଥ ହୋଇଥିଲା । ପରେ ତାଙ୍କର ମୃତ୍ୟୁ ହୋଇଥିଲା ।