ଚୋରଙ୍କ ଟାର୍ଗେଟରେ ବୁଲା ଗୋରୁ, ସିସିଟିଭିରେ କଏଦ ହେଲା ଚୋରି ସମୟର ଭିଡିଓ

ବାଲେଶ୍ବର: ଚୋରଙ୍କ ଟାର୍ଗେଟ୍‌ରେ ଏବେ ବୁଲା ଗୋରୁ । ରାସ୍ତାରେ ଶୋଇଥିବା ବୁଲା ଗୋରୁ, ଗାଇଙ୍କୁ ନିଶବ୍ଦ ରାତିରେ ଉଠାଇ ନେଉଛନ୍ତି ଚୋରମାନେ। ଏମିତି ଏକ ଭିଡ଼ିଓ ରେକର୍ଡ଼ ହୋଇଛି ରେମୁଣା ଅଞ୍ଚଳର ଏକ ସିସିଟିଭିରେ । ରାତିରେ ବୁଲା ଗୋରୁ, ଗାଇ ଗୁଡ଼ିକ ରାସ୍ତା ପାଖରେ ଶୋଇଛନ୍ତି । ଚୋରମାନେ ଏବ ବୋଲେରୋ ଗାଡ଼ିରେ ଆସି ସେମାନଙ୍କୁ ଅପହରଣ କରିନେଉଛନ୍ତି । ସେପୁଣି ସେହି ବୋଲେରୋ ଗାଡ଼ିରେ । ବୋଲେରୋ ଭିତରେ ଥିବା ସିଟ୍‌ ଗୁଡ଼ିକୁ ଖୋଲି ଦିଆଯାଇଛି । ଗାଇ, ଗୋରୁଙ୍କ ପାଖରେ ପହଞ୍ଚି ଚୋରମାନେ ସେମାନଙ୍କୁ ଦଉଡ଼ିରେ ବାନ୍ଧି ଗାଡ଼ି ପାଖକୁ ଆଣୁଛନ୍ତି । ପରେ ଜବରଦସ୍ତକରି ସେହି ସିଟ୍‌ ଖୋଲାଥିବା ବୋଲେରୋ ଗାଡ଼ିରେ ଚୋରିକରି ନେଇଯାଉଛନ୍ତି । ଏମିତି 3ଟି ଘଟଣା ସମ୍ପର୍କରେ ରେମୁଣା ଥାନାରେ ଅଭିଯୋଗ କରାଯାଇଛି । ପୋଲିସ ଅଭିଯୋଗ ଅନୁସାରେ ଭିଡ଼ିଓ ସଂଗ୍ରହକରି ତଦନ୍ତ ଚଳାଇଛି ।