ହେମନ୍ତ ସୋରେନଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି, ଝାଡଖଣ୍ଡ ହାଇକୋର୍ଟରେ ଦାଏର ପିଟିସନ ଖାରଜ

ନୂଆ ଦିଲ୍ଲୀ: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି । ଅବୈଧ ଖଣି ଖନନ ମାମଲାରେ ଝାଡଖଣ୍ଡ ହାଇକୋର୍ଟରେ ଦାଏର ପିଟିସନ ଖାରଜ କରିଛନ୍ତି କୋର୍ଟ । ଖଣି ଖନନ ମାମଲାରେ ହାଇକୋର୍ଟରେ ଏକ ପିଆଇଏଲ ଦାଖଲ ହୋଇଥିଲା । କୋର୍ଟ ଏହି ପିଆଇଏଲକୁ ଗ୍ରହଣ କରିଥିବା ବେଳେ ରାଜ୍ୟ ସରକାର ଏହାର ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସର୍ବୋଚ୍ଚ କୋର୍ଟ ଏହାର ଶୁଣାଣି କରିବା ସହ ଝାଡଖଣ୍ଡ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି । ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । କୋର୍ଟଙ୍କ ଏହି ରାୟ ପରେ ସତ୍ୟମେବ ଜୟତେ ଲେଖି ଟୁଇଟ୍ କରିଛନ୍ତି ହେମନ୍ତ ସୋରେନ ।