ରିଲାଏନ୍ସ ଜିଓର ଟ୍ରୁ-୫ଜି ସେବାର ବିଟା ପରୀକ୍ଷଣ ଆଜିଠୁ ଆରମ୍ଭ

1 min read

ମୁମ୍ବାଇ: ଜିଓ ବ୍ୟବହାରକାରୀମାନଙ୍କ ପାଇଁ ଖୁସି ଖବର । ରିଲାଏନ୍ସ ଜିଓର ଟ୍ରୁ-୫ଜି ସେବାର ବିଟା ପରୀକ୍ଷଣ ଆଜିଠାରୁ ଆରମ୍ଭ ହେଉଛି । ଏହି ସେବା ଦେଶର ଚାରି ସହର ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣାସୀରେ ଆରମ୍ଭ କରାଯିବ । ଏହି ସେବା ଏବେ କେବଳ ନିମନ୍ତ୍ରଣ ଆଧାରରେ ପ୍ରଦାନ କରାଯିବ, ଅର୍ଥାତ ନିର୍ଦିଷ୍ଟ କିଛି ଜିଓ ଗ୍ରାହକଙ୍କୁ ଏହି ସେବା ବ୍ୟବହାର କରିବା ଲାଗି ଆମନ୍ତ୍ରଣ କରାଯିବ ।

ଗ୍ରାହକମାନଙ୍କୁ ଏହା ସହିତ ୱେଲକମ୍ ଅଫର ବି ମିଳିବ ଯେଉଁଥିରେ ସେମାନଙ୍କୁ ୧ ଜିବିପିଏସ୍ ପର୍ଯ୍ୟନ୍ତର ସ୍ପିଡ୍ ଓ ଅସୀମିତ ୫ଜି ଡାଟା ମିଳିବ । ଆମନ୍ତ୍ରିତ ଗ୍ରାହକମାନେ ଏହି ଜିଓ ଟ୍ରୁ-୫ଜିର ଅନୁଭୂତି ହାସଲ କରିବେ ଏବଂ ସେମାନଙ୍କ ଅନୁଭବ ଆଧାରରେ କଂପାନି ବିସ୍ତୃତ ୫ଜି ସେବାର ଶୁଭାରମ୍ଭ କରିବ । ଏହି ଅଫର ଜରିଆରେ ଗ୍ରାହକମାନେ ଅନଲିମିଟେଡ ୫ଜି ଡାଟା, ୧ଜିବିପିଏସ୍‌+ ସ୍ପିଡରେ ପାଇବେ । ବର୍ତ୍ତମାନ ଜିଓ ତାର ୫ଜି ସେବା ପାଇଁ ବେଟା ଟ୍ରାଏଲ୍ସ ବ୍ୟବସ୍ଥା କରିଛି ।

ଏହାର ଅର୍ଥ ସମସ୍ତେ ଜିଓ ୫ଜି ନେଟୱର୍କର ସୁବିଧା ପାଇପାରିବେ ନାହିଁ । ଆପଣ ଯଦି ଉପରୋକ୍ତ ୪ ସହରରେ ରହୁଛନ୍ତି ଓ ଆପଣଙ୍କ ପାଖରେ ୫ଜି ସ୍ମାର୍ଟଫୋନ ରହିଛି, ତାହେଲେ ଆପଣଙ୍କୁ ଜିଓ ୫ଜି ୱେଲକମ ଅଫର ମିଳିପାରିବ । କମ୍ପାନୀ ଏଯାଏ କୌଣସି ୫ଜି ପ୍ଲାନ୍ସ ବା ସ୍ବତନ୍ତ୍ର ପ୍ୟାକ୍‌ ସମ୍ପର୍କରେ ଘୋଷଣା କରିନାହିଁ । ତେଣୁ ପ୍ୟାକ୍‌ ଘୋଷଣା ହେବା ଯାଏ ୫ଜି ଫୋନ ରଖିଥିବାର ଜିଓ ବ୍ୟବହାରକାରୀ ମାଗଣାରେ ୫ଜି ନେଟୱର୍କର ଫାଇଦା ପାଇପାରିବେ ।