spot_img

Latest Posts

ଫାଷ୍ଟଟ୍ୟାଗରେ ଟୋଲ ଆଦାୟରେ ରେକର୍ଡ, ଗୋଟିଏ ଦିନରେ ପାଖାପାଖି ୧୦୪ କୋଟି ଟଙ୍କାର ଟୋଲ୍ ଆଦାୟ

ନୂଆଦିଲ୍ଲୀ: ଫାଷ୍ଟଟ୍ୟାଗରେ ଟୋଲ ଆଦାୟରେ ରେକର୍ଡ। ଗୋଟିଏ ଦିନରେ ପାଖାପାଖି ୧୦୪ କୋଟି ଟଙ୍କାର ଟୋଲ୍ ଆଦାୟ। ଭାରତୀୟ ରାଜମାର୍ଗ ପ୍ରାଧିକରଣ, NHAI ପକ୍ଷରୁ ଏହି ସୂଚନା ମିଳିଛି। ୧୬ ଫେବ୍ରୁଆରୀ ପରେ ଦେଶର ସମସ୍ତ ଟୋଲ ଗେଟରେ ଫାଷ୍ଟଟ୍ୟାଗକୁ ବାଧ୍ୟତାମୂଳକ କରାଯାଇଛି। ଏହାଦ୍ୱାରା ପ୍ରତିଦିନ ଟୋଲ ଆଦାୟ ପରିମାଣ ବୃଦ୍ଧି ପାଉଥିବା ଏନଏଚଏଆଇ ପକ୍ଷରୁ କୁହାଯାଇଛି। ପ୍ରତିଦିନ ଶହେ କୋଟିରୁ ଅଧିକ ଟୋଲ ଆଦାୟ ହେଉଛି। ଏହା ବଢିବଢି ୧୦୩.୯୪ କୋଟିରେ ପହଞ୍ଚିଥିବା ଏନଏଚଏଆଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଗତ ଦୁଇ ସପ୍ତାହ ମଧ୍ୟରେ ୨୦ ଲକ୍ଷ ଫାଷ୍ଟଟ୍ୟାଗ ନୂଆ ୟୁଜର ଏଥିରେ ସାମିଲ ହୋଇଛନ୍ତି। ଫାଷ୍ଟଟ୍ୟାଗ ପୂର୍ବର ଦୈନିକ ଟୋଲ କଲେସ୍କନ ୮୫ କୋଟିର ଅଧିକ ଯାଉ ନଥିଲା। ଏବେ ଏହା ଲାଗୁ ହେବା ପରେ ଟୋଲ ଆଦାୟ ୨୦ ପ୍ରତିଶତ ବୃଦ୍ଧି ପାଇଛି। ଏହାଦ୍ୱାର ବିଭିନ୍ନ ଟୋଲ ଗେଟରେ ଭିଡ କମିଛି। ଯାତ୍ରୀ ଓ ଚାଳକଙ୍କୁ ଏହାଦ୍ୱାର ନୂଆ ଅନୁଭବ ପ୍ରାପ୍ତ ହୋଇଥିବା କହିଛନ୍ତି ଏନଏଚଆଇ କର୍ତ୍ତୃପକ୍ଷ।

Latest Posts

Don't Miss